ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପାଣିରେ ପେଟେଇ ଗଲେ ଏହି ମାଛଧରାଳୀ, ତାଙ୍କ ପିଠିରେ ଚଢ଼ି ପାର୍‌ ହେଲେ ଲୋକେ

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍‌କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଏବେ ବି ଲକ୍ଷ ଲକ୍ଷ ଲୋକ ବନ୍ୟାପାଣିରେ ଫସି ରହିବା ସହ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି।  ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟକୁ ସଡ଼କ ପଥ, ରେଳପଥ, ଆକାଶପଥରେ ଗମନାଗମନ ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଛି। ଫଳରେ ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧ ପୋତରେ କେରଳକୁ ଅତ୍ୟାବଶ୍ୟକୀୟ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଏଥିସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି।

ଏହି ଭିଡିଓରେ ଦେଖିବାକୁ ମିଳିଛୁ ଜଣେ ତାନୁରର ଜଣେ ମାଛ ଧରାଳୀ ବନ୍ୟା ପାଣିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଶିଢ଼ି ବନି ଯାଇଛନ୍ତି। ନାମ ତାଙ୍କର ଜୟଶାଳ କେପି ବୟସ ୩୨ବର୍ଷ। ଅର୍ଥାତ୍‌ ମୋଟର ବୋଟ ଭିତରକୁ ଯିବା ପାଇଁ ପାଣି ଭିର ପଶି ଯିବାକୁ ପଡ଼ିବ। ତେଣୁ ଯବନା ସେହି ପାଣିରେ ପେଟେଇ ପଡ଼ିଛନ୍ତି ଓ ଲୋକମାନେ ଯବାନଙ୍କ ପିଠି ଉପରେ ଚଢ଼ି ଡଙ୍ଗା ଭିତରକୁ ଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହି ଯବାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।

ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ଯ୍ୟରେ ସେନା ବାହିନୀର ସ୍ଥଳସେନା, ବାୟୁସେନା, ନୌସେନା, କୋଷ୍ଟଗାର୍ଡ, ଏନ୍‌ଡିଆରଏଫ୍‌କୁ ନିୟୋଜିତ କରାଯାଇଛି। ୩୮ଟି ହେଲିକପ୍ଟଟର, ୨୦ଟି ବିମାନ ଏବଂ ୩୨୦ଟି ମୋଟର ବୋଟ ନିୟୋଜିତ ହୋଇଛି। ଏଯାବତ ୫୦ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ଥିବା ବେଳେ ଆହୁରି ୧୦,୦୦ ଲୋକ ଉଦ୍ଧାର ହେବା ଅପେକ୍ଷାେରେ ରହିଛନ୍ତି।

ସମ୍ବନ୍ଧିତ ଖବର