କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନ ସେବା ଯୋଗାଇବେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଜେଟ୍‌ ଏୟାରେଓ୍ଵଜ୍‌, ଗୋଏୟାର ଓ ସ୍ପାଇସ୍‌ ଜେଟ୍‌

କୋଚି (କେରଳ): ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିବା କେରଳର ବନ୍ୟା ଦୁର୍ଗତଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଆଜି (ସୋମବାର) ଠାରୁ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଜେଟ୍‌ ଏୟାରେଓ୍ଵଜ୍‌, ଗୋଏୟାର, ସ୍ପାଇସ୍‌ ଜେଟ୍‌ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନି କେରଳକୁ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରିଛନ୍ତି।

ଚଳିତ ପ୍ରଳୟଙ୍କରୀ ବନ୍ୟାରେ କେରଳର କୋଚି ବିମାନ ବନ୍ଦରରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ବିମାନ ବନ୍ଦରଟି ସଂପୂର୍ଣ୍ଣ ରୂପେ ନଷ୍ଟ ଓ ଅଚଳ ହୋଇ ପଡ଼ିଥିବା କାରଣରୁ ନୌସେନା ପକ୍ଷରୁ ଆଇଏନ୍‌ଏସ୍‌ ଗରୁଡ଼ ବିମାନ ବେସ୍‌ରେ ଏକ ବିକଳ୍ପ ବିମାନ ବନ୍ଦର ପ୍ରସ୍ତୁତ କରାଯିବା ସହ ଏହାକୁ ଘରୋଇ ଓ ବ୍ୟବସାୟିକ ବିମାନର ଅବତରଣ ଓ ଉଡ଼ାଣ ପାଇଁ ଖୋଲି ଦିଆ ଯାଇଛି।


ଆଜି ବେଙ୍ଗାଲୁରୁରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୭୦ ଜଣ ଯାତ୍ରୀଙ୍କୁ ଧରି କୋଚି ଆଇଏନ୍‌ଏସ୍‌ ଗରୁଡ଼ ବିମାନ ବେସ୍‌ରେ ଅବତରଣ କରିଛି। ଆସନ୍ତା କାଲି ଠାରୁ ଇଣ୍ଡିଗୋ, ଜେଟ୍‌ ଏୟାରେଓ୍ଵଜ୍‌, ଗୋଏୟାର, ସ୍ପାଇସ୍‌ ଜେଟ୍‌ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନି ଆସନ୍ତାକାଲି ଠାରୁ କେରଳକୁ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରୁଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର