କେରଳ ବନ୍ୟା: ହିନ୍ଦୁ ମହାସଭା ପୋର୍ଟାଲ ହ୍ୟାକ୍‌, ହୋମ ପେଜରେ ‘ବିଫ୍‌ କରି’ର ପ୍ରସ୍ତୁତି ପ୍ରଣାଳୀ ପୋଷ୍ଟ କଲେ ହ୍ୟାକର୍‌

ନୂଆଦିଲ୍ଲୀ: ଆଖିଳ ଭାରତୀୟ ହିନ୍ଦୁ ମହାସଭା (ଏବିଏଚଏମ୍‌)ର ଅଧିକାରିକ ପୋର୍ଟାଲକୁ ଟିମ୍‌ କେରଳ ସାଇବର  ଓ୍ଵାରିୟର୍ସ ନାମରେ ଥିବା ଏକ ସଙ୍ଗଠନ ଶୁକ୍ରବାର ହ୍ୟାକ୍‌ କରିଛି। ସଂସ୍ଥାର ପୋର୍ଟାଲର ହୋମପେଜରେ ମସଲାଯୁକ୍ତ ‘ବିଫ୍‌ କରି’ ରେସିପି ଓ ଫଟୋ ପୋଷ୍ଟ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ,ଏବିଏଚଏମ୍‌ର ପ୍ରମୁଖ ସ୍ୱାମୀ ଚକ୍ରପାଣି କେରଳରେ ଯେଉଁ ଲୋକମାନେ ବିଫ୍‌ ଖାଆନ୍ତି ନାହିଁ ସେମାନଙ୍କୁ କେବଳ ସାହାଯ୍ୟ ମିଳିବ, ଯେଉଁମାନେ ଏହି ମାଂସ ଖାଆନ୍ତି ତାଙ୍କୁ କୌଣସି ସବୁଧା ମିଳିବ ନାହିଁ ସେ ସରକାରୀସ୍ତରରେ ହେଉ ଅବା ବେସକାରୀ ସ୍ତରରେ। ଯଦି ସେମତି କିଛି ଜୁରୁରିକାଳୀନ ପରିସ୍ଥିତି ପଡେ ତେବେ ତାଙ୍କୁ ଶପଥ ନେବାକୁ ପଡ଼ିବ ସେ ଭବିଷ୍ୟତରେ ଯେମିତି ଗୋରୁ ମାଂସ ଖାଇବେ ନାହିଁ, ତାହାଲେ ଯାଇ ତାଙ୍କୁ ସାହାଯ୍ୟ ମିଳିବା ଭଳି ବୟାନ ଦେବା ପରେ ପୋର୍ଟାଲ ହ୍ୟାକ୍‌ ହୋଇଛି। ଏଭଳି ଚିନ୍ତାଧାରା ପାଇଁ କେରଳରେ ଅନେକ ନିର୍ଦ୍ଦୋଷ ଲୋକଙ୍କର ବି ମୃତ୍ୟୁ ଘଟିଛି। ତେବେ ଚକ୍ରପାଣତି କେରଳରେ ଆସିଥିବା ବନ୍ୟା ଗାଈର ଅପମାନ୍‌ ଓ ହତ୍ୟାର ପରିଣାମ ବୋଲି ମାନିଥିଲେ।

ସମ୍ବନ୍ଧିତ ଖବର