ଦୁବାଇ ଛାଡି ଭାରତ ଫେରୁଥିବା ବେଳେ ହେଲେ ମାଲାମାଲ୍‌, ଜିତିଲେ ୧୩ କୋଟି ଟଙ୍କାର ଲଟେରି ।

ଆବୁଧାବି: ଜଣେ ଭାରତୀୟ ଦୁବାଇ ଛାଡି ଭାରତ ଫେରୁଥିବା ବେଲେ ୧୯ ଲକ୍ଷ ଡଲାରର ଲଟେରି ଜିତିଛନ୍ତି । ଏହାର ଭାରତୀୟ ମୂଲ୍ୟ ୧୩ କୋଟି ଟଙ୍କା ହେବ । ସେ ସବୁଦିନ ପାଇଁ ଦୁବାଇ ଛାଡି ଭାରତକୁ ଫେରୁଥିବା ବେଳେ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା ।

ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ଦୁବାଇରୁ ଭାରତ ଫେରିବାର କିଛି ସମୟ ପୂର୍ବରୁ ବିମାନ ବନ୍ଦରରୁ ଏକ ଲଟେରି ଟିକେଟ କିଣିଥିଲେ । ସେ ଦୁବାଇର ରାଜଧାନୀ ଅବୁଧାବିରେ ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିଲେ । ୩୦ ବର୍ଷିିୟ ତୋଜୋ ମ୍ୟାଥ୍ୟୁ ବିମାନର ବସିବାର କିଛି ସମୟ ପୂର୍ବରୁ ଏକ ଲଟେରି ଟିକେଟ କିଣିଥିଲେ । କିନ୍ତୁ ସେ ଜାଣିନଥିଲେ ଯେ ଏହି ଲଟେରି ତାଙ୍କ ଭାଗ୍ୟ ବଦଳାଇ ଦେବ । ସେ କିଣି ଥିବା ଲଟେରିରୁ ସେ ୧୯ ଲକ୍ଷ ଡଲାର ଜିତିଥିଲେ । ମ୍ୟାଥ୍ୟୁ କେରଳର ବାସିନ୍ଦା। ସେ ବାକି ଜୀବନ ତାଙ୍କ ସ୍ତ୍ରୀଙ୍କ ସହ ବିତାଇବାକୁ ଚାହୁଁଥିଲେ ସେଥିପାଇଁ ସେ ଦୁବାଇ ଛାଡି ଭାରତକୁ ଫେରି ଆସୁଥିଲେ ।

ABP Live

ମ୍ୟାଥ୍ୟୁଙ୍କ କହିବା ଅନୁଯାଇ ତାଙ୍କୁ ଦିଲ୍ଲୀରେ ଏକ ଚାକିରି ମିଳିଯାଇଥିଲା। ସେ ୨୪ ଜୁନ୍‌ରେ ଭାରତ ଫେରିବା ପାଇଁ ଆବୁଧାବି ବିମାନବନ୍ଦରରୁ ବୋଡିଂ କରିବା ପୂର୍ବରୁ ଲଟେରି କିଣିଥିଲେ । ସେହି ସମୟରେ ଯେତେବେଲେ ସେ ଜାଣିବାକୁ ପାଇଲେ ଯେ ସେ ୧୯ ଲକ୍ଷ ଡଲାରର ଲଟେରି ଜିତିଯାଇଛନ୍ତି, ଏକଥାକୁ ସେ ବିଶ୍ୱାସ କରିପାରିନଥିଲେ । ଏହା ପୂର୍ବରୁ ଜଣେ ଭାରତୀୟ ଡ୍ରାଇଭର ମଧ୍ୟ ଏପ୍ରିଲ ମାସରେ ୧ କୋଟି ଟଙ୍କାର ଲଟେରି ଜିତିଥିଲେ ।

ସମ୍ବନ୍ଧିତ ଖବର