ଥିରୁବନ୍ତପୁରମ: କେରଳରେ ଶତାବ୍ଦୀର ଭୟଙ୍କର ବନ୍ୟା ପରିସ୍ଥିତି ସୁଧୁରୁଛି। ଚଳିତ ମାସର ୧୫ ତାରିଖରୁ ଆରମ୍ଭ ହୋଇଥିବା କେରଳର ବହୁ ପ୍ରତିକ୍ଷୀତ ପର୍ବ ‘ଓନାମ’ ପୂର୍ବରୁ ୧ ଲକ୍ଷରୁ ଅଧିକ ଘର ସଫା କରାଯାଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ନିଷ୍ପତ୍ତି ଅନୁସାରେ ଓନାମ ପାଇଁ ଖର୍ଚ୍ଚ କରାଯାଉଥିବା ପାଣ୍ଠିକୁ ବିନିଯୋଗ କରି ବନ୍ୟା ପରବର୍ତ୍ତୀ ଅବସ୍ଥା ସୁଧାରିବା ପାଇଁ ଖର୍ଚ୍ଚ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
“Let’s celebrate this #Onam by bringing help to those among us who are suffering. More than a million of our people are in relief camps. We have together survived the worst disaster in our State’s history. Let us also set an example in rebuilding efforts.” – CM Pinarayi Vijayan pic.twitter.com/57O4MTKRfQ
— CMO Kerala (@CMOKerala) August 24, 2018
କେରଳ ସିଏମ୍ଓ ପକ୍ଷରୁ ଟୁଇଟ୍ କରାଯାଇଛି ଯେ, ୧, ୩୧, ୬୮୩ ଘରକୁ ସଫା କରାଯାଇଛି।
Updates on restoration works: 1,31,683 houses have been cleaned, which is 31% of the total flood-hit houses. Electricity has been restored for 23.36 lakh connections of the 25.6 lakh disrupted.14,314 transformers (out of 16158 affected) are now functioning. #KeralaFloodRelief
— CMO Kerala (@CMOKerala) August 25, 2018
ପୋଷ୍ଟରେ କୁହାଯାଇଛି ଯେ, ୨୩.୩୬ ଲକ୍ଷ ପରିବାରକୁ ପୁଣି ଥରେ ବିଦ୍ୟୁତ ସହିତ ଯୋଡ଼ାଯାଇଛି। ବନ୍ୟା ଦ୍ୱାରା ପ୍ରଭାବିତ ହେବା ପରେ ୧୪,୩୧୪ଟି ଟ୍ରାନ୍ସଫରମର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି।
Good wishes to fellow citizens, particularly to our brothers and sisters in Kerala, on Onam. May this festival mark a new beginning for all those in Kerala recovering in the aftermath of the floods, and gradually beginning to rebuild their lives #PresidentKovind
— President of India (@rashtrapatibhvn) August 25, 2018
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓନାମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବନ୍ୟାଜନିତ କ୍ଷୟକ୍ଷତି ପରେ କେରଳ ଭାଇ ଭଉଣୀଙ୍କ ପୁଣି ଥରେ ନୂତନ ଭାବରେ ଗଢ଼ି ହେଉ ବୋଲି କୋବିନ୍ଦ କହିଛନ୍ତି।
May this Onam give further strength to the people of Kerala to overcome the adversities they have been facing for the past few days. The entire nation stands shoulder to shoulder with Kerala and prays for the happiness as well as prosperity of it’s citizens.
— Narendra Modi (@narendramodi) August 25, 2018
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବନ୍ୟା ସତ୍ତ୍ୱେ କେରଳର କାନ୍ଧରେ ହାତ ରଖିବା ପାଇଁ ଦେଶବାସୀ ପ୍ରସ୍ତୁତ ଅଛନ୍ତି।
କେରଳ ବନ୍ୟାରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ପରେ ଦେଶର ବିଭିନ୍ନ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି। ସେହିଭଳି ବିଭିନ୍ନ ସଂସ୍ଥା ମଧ୍ୟ କେରଳ ବନ୍ୟା ପୀଡ଼ିତ ଲୋକଙ୍କ ପାଇଁ ରାଶି ପଠାଇଛନ୍ତି। ଦିଲ୍ଲୀ ପୁଲିସ ୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଥିବା ବେଳେ ଭାରତର ୧ ନମ୍ବର ଶିଳ୍ପପତି ମୁକେଶ ଅମ୍ବାନୀ ୭୦ କୋଟି ଟଙ୍କା ଦାନ କରିଛନ୍ତି। ଆପଲ୍ ଓ ବିଲ୍ ଆଣ୍ଡ ମିଲିନ୍ଦା ଗେଟସ୍ ଫାଉଣ୍ଡେସନ୍ ମଧ୍ୟ ସହାୟତା ରାଶି ଦେବାକୁ ଘୋଷଣା କରିଛି।
କେରଳ ବନ୍ୟାରେ ହୋଇଥିବା କ୍ଷୟକ୍ଷତିକୁ ସୁଧାରିବା ପାଇଁ ୨୧ ହଜାର କୋଟି ଟଙ୍କା ଆବଶ୍ୟକ। ଏହି ଭୟଙ୍କର ବନ୍ୟାରେ ପ୍ରାୟ ୧୦ ଲକ୍ଷ ଲୋକ ବାସହୀନ ହୋଇ ଯାଇଥିବା ବେଳେ ୧୦,୦୦୦ କିଲୋମିଟର ସଡ଼କ ନଷ୍ଟ ହୋଇଯାଇଛି। ପ୍ରାୟ ୨୦,୦୦୦ ରୁ ୫୦,୦୦୦ ଘରକୁ ମରାମତି କରାଯିବାର ଆବଶ୍ୟକତା ଅଛି।