କେରଳରୁ ମିଳିଲା ପାକିସ୍ତାନ ନିର୍ମିତ ୧୪ଟି ଗୁଳି

ତିରୁବନନ୍ତପୁରମ୍‌: କେରଳର କୁଥାଲୁପୁଝାରୁ ପାକିସ୍ତାନରେ ନିର୍ମିତ ୧୪ଟି ଗୁଳି ମିଳିଥିବା ସୂଚନା ମିଳିଛି। ଏହି ପାକିସ୍ତାନ ନିର୍ମିତ ଗୁଳି ମିଳିବା ଘଟଣାର ଯାଞ୍ଚ ପାଇଁ ଏନ୍‌ଆଇଏଙ୍କ ସାହାଯ୍ୟରେ ସେନା ଗୁଇନ୍ଦା ବିଭାଗ କେରଳରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ରବିବାର ବାଇକ୍‌ରେ ଯାଉଥିବା ଦୁଇଜଣ ବ୍ୟକ୍ତି ୭୦କିଲୋମିଟର ଦୂରରେ ଥିବା ତାମିଲନାଡ଼ୁର ଜଙ୍ଗଲ ସୀମାରେ ଥିବା କୁଥାଲୁପୁଝା ନିକଟରେ ଏକ ସନ୍ଦିଗ୍ଧ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଦୁହେଁ ବ୍ୟାଗ୍‌ ପାଖକୁ ଯାଇ ତାହାକୁ ଖୋଲିଲା ବେଳକୁ ସେଥିରେ ଗୁଳି ଭର୍ତ୍ତି ଥିବା ଦେଖିଥିଲେ। ଭୟଭୀତ ହୋଇ ଦୁହେଁ ତୁରନ୍ତ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗୁଳି ଭର୍ତ୍ତି ବ୍ୟାଗ୍‌କୁ ଜବତ କରି ନେଇଥିଲା।

कुथालुपुझा इलाके में मिली गोलियां
https://aajtak.intoday.in/

ଜବତ ହୋଇଥିବା ବ୍ୟାଗ୍‌ ଭିତରୁ ମିଳିଥିବା ଗୁଳିରେ ପିଓଏଫର ଚିହ୍ନ ରହିଛି। ଏହି ଚିହ୍ନ ପାକିସ୍ତାନର ଆର୍ଡିନେନ୍ସ ଫାକ୍ଟ୍ରିର ପ୍ରତୀକ ବୋଲି କୁହାଯାଉଥିବା ବେଳେ ଏହି ଗୁଳିର ନିର୍ମାଣ ୧୯୮୧-୮୨ ମସିହାରେ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ରାଜ୍ୟ ପୁଲିସ ମୁଖ୍ୟ ଲୋକନାଥ ବେହେରା କ୍ରାଇମ୍‌ ବ୍ରାଞ୍ଚଙ୍କୁ ଏହି ଘଟଣାର ତୁରନ୍ତ ଯାଞ୍ଚ ଆଦେଶ ଦେଇଛନ୍ତି।

ତେବେ ଜବତ ହୋଇଥିବା ପାକିସ୍ତାନ ନିର୍ମିତ ଗୁଳିକୁ କେମିତି ଓ କିଏ କେଉଁ ପରିସ୍ଥିତିରେ ଏଠାକୁ ଆଣି, ଏଭଳି ଫିଙ୍ଗି ଦେଇ ଯାଇଛି ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ସମ୍ବନ୍ଧିତ ଖବର