ନାକର ଅସ୍ତ୍ରୋପଚାର କରାଇବାକୁ ଯାଇଥିଲେ ୭ବର୍ଷୀୟ ବାଳକ, ଭୁଲରେ ହାର୍ଣ୍ଣିଆ ସର୍ଜରୀ କରାଇଦେଲେ ଡ଼ାକ୍ତର

କୋଚି : କିଛି ଦିନ ତଳେ କେରଳରେ ଜଣେ ବୃଦ୍ଧ ନିଜ ଆଣ୍ଠୁର ଅସ୍ତ୍ରୋପଚାର କରାଇବାକୁ ଯାଇଥିବା ବେଳେ ତାଙ୍କ କାନର ଅସ୍ତ୍ରୋପଚାର କରି ଦିଆ ଯାଇଥିଲା । ପରେ ଡ଼ାକ୍ତରଙ୍କ ଅବହେଳାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ସେହି ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ପୁଣି କେରଳର ମଲାପୁରମ ଜିଲ୍ଲାରେ ସେଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ୭ବର୍ଷୀୟ ବାଳକ ନିଜ ନାକର ସର୍ଜରୀ କରାଇବାକୁ ଯାଇଥିବା ବେଳେ ଭୁଲରେ ଡ଼ାକ୍ତର ତାଙ୍କର ହାର୍ଣ୍ଣିଆର ସର୍ଜରୀ କରି ଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ରୋଗୀଙ୍କ ନାଁକୁ ନେଇ ଡ଼ାକ୍ତର ଦ୍ୱନ୍ଦ୍ବରେ ପଡ଼ିଯାଇ ଏଭଳି ଭୁଲ କରି ବସିଥିଲେ ।

Medical News Today

ସୂଚନା ମୁତାବକ, ମଙ୍ଗଳବାର ମହମ୍ମଦ ଦାନିଶ ନାକର ସର୍ଜରୀ ପାଇଁ ମଞ୍ଜେରୀରେ ଥିବା ମେଡ଼ିକାଲ କଲେଜକୁ ଆସିଥିଲେ । ସେହି ସମୟରେ ଡ଼ାକ୍ତରଖାନାକୁ ଧନୁଷ ନାମକ ଜଣେ ଯୁବକ ହାର୍ଣ୍ଣିଆ ସର୍ଜରୀ ପାଇଁ ଆସି ପହଞ୍ଚିଥିଲେ । ଏହା ପରେ ଦାନିଶ ଏବଂ ଧନୁଷ ନାମକୁ ନେଇ ଡ଼ାକ୍ତର ଦ୍ୱନ୍ଦ୍ବରେ ପଡ଼ି ଭୁଲରେ ଦାନିଶଙ୍କର ହାର୍ଣ୍ଣିଆ ସର୍ଜରୀ କରି ଦେଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର