ଲକଡ଼ାଉନ ପ୍ରଭାବ: ମଦ୍ୟପଙ୍କୁ ମଦ ଯୋଗାଇବେ କେରଳ ସରକାର

ତିରୁଅନନ୍ତପୁରମ: କେରଳରେ ରହୁଥିବା ମଦ୍ୟପମାନଙ୍କ ପାଇଁ ଖୁସି ଖବର | କରୋନାଭାଇରସ୍ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ତାଲା ବନ୍ଦ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ କେରଳ ସରକାର ମାତ୍ରାଧିକ ମଦ୍ୟପାନକାରୀଙ୍କୁ ସର୍ବନିମ୍ନ ପରିମାଣର ମଦ ଯୋଗାଇବାକୁ ଯୋଜନା କରୁଛନ୍ତି। କେରଳର ପାଞ୍ଚ ଜଣ ମଦ୍ୟପ ମଦ ନ ମିଳିବାରୁ ଆତ୍ମହତ୍ୟା କରିବା ଏବଂ ୨୫ରୁ ଅଧିକ ବ୍ୟକ୍ତି ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଏଭଳି ଯୋଜନା କରୁଛନ୍ତି ସରକାର।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନନ୍ କହିଛନ୍ତି ଯେ, ଆତ୍ମହତ୍ୟାକୁ ଏଡାଇବା ପାଇଁ ସରକାର ମାତ୍ରାଧିକ ମଦ୍ୟପାନକାରୀଙ୍କୁ  ସର୍ବନିମ୍ନ ପରିମାଣର ମଦ ଯୋଗାଇବାକୁ ଯୋଜନା କରୁଛନ୍ତି। ଲକଡାଉନ ସମୟରେ ଭାରୀ ମଦ୍ୟପାନକାରୀଙ୍କୁ ମଦ ଯୋଗାଇବା ପାଇଁ ବାଟ ବତାଇବାକୁ ରାଜ୍ୟ ସରକାର ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପାଖାପାଖି ୧ .୬ନିୟୁତ ମଦ୍ୟପ ଅଛନ୍ତି ଯେଉଁମାନେ ନିୟମିତ ଭାବରେ ମଦ ପିଉଛନ୍ତି। ସେଥିମଧ୍ୟରୁ ୪୫ପ୍ରତିଶତ ମାତ୍ରାଧିକ ମଦ୍ୟପାନକାରୀ ଅଟନ୍ତି।

ଏହା ପୂର୍ବରୁ ବିରୋଧୀ ଦଳ ଏବଂ ଭାରତୀୟ ମେଡିକାଲ ଆସୋସିଏସନ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବାବେଳେ ମାନସିକ ରୋଗ ବିଶେଷଜ୍ଞ ଓ ସାମାଜିକ ବୈଜ୍ଞାନିକମାନେ ସରକାରଙ୍କୁ ଏହି ସଙ୍କଟ ସମ୍ପର୍କରେ ସରାକାରଙ୍କୁ ଚେତାବନୀ ଦେଇଥିଲେ |

ସମ୍ବନ୍ଧିତ ଖବର