କେରଳରେ ନଡ଼ପୁରମ୍‌ରେ ପରସ୍ପରର ଶିଶୁକୁ ସ୍ତନ୍ୟପାନ କରାଉଥିଲେ ହିନ୍ଦୁ ଓ ମୁସ୍‌ଲିମ୍‌ ମହିଳା, ଏହା ପଛରେ ଥିଲା ଅଜବ କାରଣ

ନଡ଼ପୁରମ୍‌ : ବହୁ ବର୍ଷ ଧରି କେରଳର  ନଡ଼ପୁରମ୍‌ରେ ସାଂପ୍ରଦାୟିକ ସଦ୍‌ଭାବନାର ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳୁଛି । ଏଠାରେ ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ ଏକାଠି ରହୁଥିବା ବେଳେ ଦୁଇ ଧର୍ମର ମହିଳା ପରସ୍ପରର ଶିଶୁଙ୍କୁ ସ୍ତନ୍ୟପାନ କରାଇଥାଆନ୍ତି। ସ୍ତନ୍ୟପାନ ସମୟରେ ଏଠାରେ ଧର୍ମ ଦେଖାଯାଇ ନ ଥାଏ । ଜଣେ ହିନ୍ଦୁ ମହିଳା ମୁସ୍‌ଲିମ୍‌ ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ଜଣେ ମୁସ୍‌ଲିମ୍‌ ମହିଳା ହିନ୍ଦୁ ଧର୍ମର ଶିଶୁକୁ ସ୍ତନ୍ୟପାନ କରାଇଥାନ୍ତି । ଏବେ ସେଠାରେ ଦୁଇ ଧର୍ମ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ଦେଖି ବିଗତ ବର୍ଷକୁ ମନେ ପକାଇଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ୟାସିର୍‌ ଅରାଫାତ୍‌ ।

ଫେସ୍‌ବୁକ୍‌ରେ ଏକ ପୁରୁଣା ଭିଡିଓ ପୋଷ୍ଟ କରି ୟାସିର୍‌ ଲେଖିଛନ୍ତି, ମୁଁ ପ୍ରଥମେ ମୋ ଜେଜେ ମା’ଙ୍କଠାରୁ ସ୍ତନ୍ୟପାନ ସଂପର୍କ ବିଷୟରେ ଶୁଣିଥିଲି । ଏହା ପରେ ପରେ ମୁଁ ମୋ ବାପା-ମା’ ତାଙ୍କ ବନ୍ଧୁଙ୍କଠାରୁ କ୍ଷୀର ସଂପର୍କର ଅନେକ କାହାଣୀ ଜାଣିବାକୁ ପାଇଥିଲି । ମୋ ବାପାଙ୍କୁ ସେ ସମୟରେ ଦୁଇ ହିନ୍ଦୁ ମହିଳା ସ୍ତନ୍ୟପାନ କରାଇଥିଲେ । ମୋର ଅନେକ ଦାଦାଙ୍କୁ ମଧ୍ୟ ହିନ୍ଦୁ ମହିଳାମାନେ ସ୍ତନ୍ୟପାନ କରାଇଥିବା ମୁଁ ଶୁଣିଥିିଲି । କିଛି ହିନ୍ଦୁ ଧର୍ମର ଶିଶୁ ମଧ୍ୟ ମୁସ୍‌ଲିମ୍‌ ମହିଳାଙ୍କଠାରୁ ସ୍ତନ୍ୟପାନ କରିଥିଲେ ।

ତେବେ ଏଭଳି ହେବା ପଛରେ ଅନେକ କାରଣ ରହିଛି । ସେ ସମୟରେ ଅନେକ ହିନ୍ଦୁ ମହିଳା ମୁସ୍‌ଲିମ୍‌ ପରିବାରରେ ଘରୋଇ କାମ କରୁଥିଲେ । ସେ ସମୟରେ ମୁସ୍‌ଲିମ୍‌ ମହିଳାଙ୍କର ଏକାଧିକ ଶିଶୁ ଥିବାରୁ ସେମାନଙ୍କୁ ପଡ଼ୋଶୀ ମହିଳା ବା ଘରେ କାମ କରୁଥିବା ମହିଳାଙ୍କ ଦ୍ୱାରା ସ୍ତନ୍ୟପାନ କରାଯାଉଥିଲା । ଏହା ସହ ଯେଉଁ ଶିଶୁମାନଙ୍କ ମା’ ନଥିଲେ, ସେମାନଙ୍କୁ ମଧ୍ୟ ଅନ୍ୟ ଧର୍ମର ମହିଳା ସ୍ତନ୍ୟପାନ କରାଉଥିଲେ ।

ସମ୍ବନ୍ଧିତ ଖବର