ଅପହୃତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରିକି ଏହି ୧୨ ବର୍ଷୀୟା ଦଳିତ ନାବାଳିକା ଜଣକ ନିଜ ଦାଦା ଏବଂ ୩ ଭାଇଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେବା ଖବର ଆଲୋଡ଼ନ ଆଣିଛି। ଏଭଳି ଜଘଣ୍ୟ ଅପରାଧରେ ନାବାଳିକାର ଖୁଡ଼ୀ ମଧ୍ୟ ସାମିଲ ଅଛି। ପୁଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୂଚନା‌ନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକା ଜଣକ ଗତ ୧୩ ତାରିଖରେ ପରୀକ୍ଷା ଦେବାକୁ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପୁଲିସରେ ଅଭିଯୋଗ କରିଥିଲେ। ପରେ ପୀଡ଼ିତାର ମୁଣ୍ଡବିହୀନ ଶବ ଏକ ପଡ଼ିଆରୁ ଉଦ୍ଧାର ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। ନାବାଳିକାକୁ ବାଟରୁ ଉଠାଇ ନେଇ ନିଜ ଦାଦାଙ୍କ ଘରେ ଗଣଦୁଷ୍କର୍ମ କରାଯାଇଥିଲା। ତେବେ ପୀଡ଼ିତା ପୁଲିସରେ ଜଣାଇଦେବ ବୋଲି ଧମକ ଦେବା ପରେ ତା ତଣ୍ଟି ଚିପି ମାରି ଦିଆଗଲା ଏବଂ ଅତି ବୀଭତ୍ସ ଭାବେ ମୁଣ୍ଡରୁ ଗଣ୍ଡି ଅଲଗା କରି ଫିଙ୍ଗିଦିଆଯାଇଥିଲା। ମୃତକାର ଖୁଡ଼ୀ ସବୁ ଜାଣିଥିଲେ ମଧ୍ୟ ପ୍ରଥମେ ପୁଲିସ ତଦନ୍ତରେ ସାହାଯ୍ୟ କରିନଥିଲେ। ତେବେ ଗିରଫ ପରେ ସେ ଅପରାଧକୁ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର