ଜେଟ୍‌ଲିଙ୍କ କିଡ୍‌ନି ପ୍ରତିରୋପଣ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କର ଆଜି ସଫଳ କିଡନି ପ୍ରତିରୋପଣ ହୋଇଛି। ଦିଲ୍ଲୀ ଏମ୍ସରେ ଶନିବାର ସନ୍ଧ୍ୟାରୁ ଭର୍ତ୍ତି ହୋଇଥିବା ୬୫ ବର୍ଷୀୟ ଜେଟଲିଙ୍କୁ ଆଜି ସକାଳ ୮ଟାରେ ଅପରେସନ୍‌ ଥିଏଟରକୁ ନିଆଯାଇିଥିଲା। ଆପୋଲୋ ହସ୍ପିଟାଲ୍‌ର ଡାକ୍ତର ସନ୍ଦୀପ ଗୁରେଲିଆଙ୍କ ତତ୍ତ୍ୱାବଧାନରେ ଉଭୟ ଏମ୍ସ ଏବଂ ଆପୋଲୋର ସମୁଦାୟ ୮ ଜଣ ସର୍ଜନ୍‌ ଜେଟ୍‌ଲିଙ୍କ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ। ଏମ୍ସର ନେଫ୍ରୋଲୋଜି ମୁଖ୍ୟ ଡାକ୍ତର ସନ୍ଦୀପ ମହାଜନ ମଧ୍ୟ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଜେଟ୍‌ଲିଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଉଭୟ ଦାତା ଏବଂ ଗ୍ରହୀତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଛି ବୋଲି ଏମ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ତେବେ କିଡନି ରୋଗରେ ପୀଡ଼ିତ ଅର୍ଥମନ୍ତ୍ରୀ ଜେଟ୍‌ଲି ଗତ ମାସେ ହେବ ଡାଏଲିସିସ୍‌ ଚିକିତ୍ସାରେ ରହିଥିଲେ। ଜେଟ୍‌ଲିଙ୍କ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ଏପ୍ରିଲ୍‌ ମାସରେ କରାଯିବା ଯୋଜନା ହୋଇଛି । କିନ୍ତୁ ମଧୁମେହଜନିତ ସମସ୍ୟା ପାଇଁ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର