ନୂଆଦିଲ୍ଲୀ : ଜର୍ଜିଆରେ ଥିବା ଏକ ବିଶ୍ୱବିଦ୍ୟାଳୟର ଗବେଷଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗବେଷଣା ପରେ ମାତା-ପିତାଙ୍କୁ ନିଜ ପିଲାମାନଙ୍କୁ ପ୍ରେମଠାରୁ ଦୂରେଇ ରଖିବାର ଆଉ ଏକ କାରଣ ମିଳି ଯାଇଛି । ଜର୍ଣ୍ଣାଲ ସ୍କୁଲ ଅଫ୍ ହେଲ୍ଥ ପକ୍ଷରୁ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଯେଉଁ ଯୁବପିଢ଼ିମାନେ କମ ବୟସରୁ ପ୍ରେମରେ ପଡ଼ନ୍ତି ସେମାନଙ୍କ ମାନସିକ ଅବସ୍ଥା ପ୍ରେମରେ ପଡ଼ି ନଥିବା ପିଲାମାନଙ୍କଠାରୁ ଖରାପ ହୋଇଥାଏ ।
/sambad/media/post_attachments/bc657031da066db1e00b87a4fdc1f00bd1791e0b6d1bd9d166518751495cdab9.jpg)
ଜର୍ଜିଆ ବିଶ୍ୱବିଦ୍ୟାଳୟର ୬୦୦ପିଲାମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ସେମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରାଯିବା ସହ କିଛି ସମୟ କଥା ହେବା ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ତାହା ଗବେଷକଙ୍କ ସନ୍ଦେହକୁ ଦୂର କରିଥିଲା । ଯେଉଁମାନେ ପ୍ରେମ ସଂପର୍କରେ ନଥିଲେ, ସେମାନଙ୍କଠାରେ ଅବସାଦର ସ୍ତର କମ ରହିଥିବା ବେଳେ କଥାବାର୍ତ୍ତାର ଶୈଳୀ ମଧ୍ୟ ଠିକ୍ ଥିଲା । ଏମିତି କି ସେମାନେ ଅନ୍ୟ ଛାତ୍ର-ଛାତ୍ରୀଙ୍କଠାରୁ ନିଜ ଶ୍ରେଣୀରେ ଭଲ ପ୍ରଦର୍ଶନ ମଧ୍ୟ କରୁଥିବା ଦେଖାଯାଇଥିଲା ।