୨୫,୦୦୦ ଟଙ୍କା ଦେଇ ପୁଲିସ୍ ପାଟ୍ରୋଲିଂ ଏଡାଇ ନିଷେଧାଞ୍ଚଳରେ ପ୍ରବେଶ କରିଥିଲେ ଆମେରିକୀୟ ପର୍ଯ୍ୟଟକ; ଜନଜାତିଙ୍କ ଆକ୍ରୋଶର ଶିକାର ହେଲେ !
ନୂଆଦିଲ୍ଲୀ: ଆଣ୍ଡାମାନ୍ ନିକୋବରରେ ଆଦିମ ବାସିନ୍ଦା ସେଣ୍ଟିନେଲ୍ ଜନଜାତିଙ୍କ ମଧ୍ୟରେ ଖ୍ରୀଷ୍ଟଧର୍ମ ପ୍ରଚାର କରିବାର ଉଦ୍ୟମ ଆମେରିକୀୟ ପର୍ଯ୍ୟଟକ ଜନ୍ ଆଲେନଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଛି। ଆଣ୍ଡାମାନ୍ ନିିକୋବର ଦ୍ୱୀପପୁଞ୍ଜ ଅନ୍ତର୍ଗତ ସେଣ୍ଟିନେଲ୍ ଜନଜାତି ବସବାସ କରୁଥିବା ଦ୍ୱୀପକୁ ବାହାର ଲୋକ ପ୍ରବେଶ କରିବା ନିଷେଧ ହୋଇଥିଲେ ମଧ୍ୟ ପୁଲିସ ଓ ନୌସେନାର ନଜର ଆଡେଇ ଆମେରିକୀୟ ଜଣକ ସେଠାକୁ ଯାଇଥିଲେ। ଏଥିଲାଗି ସେ ସ୍ଥାନୀୟ ଧୀବରଙ୍କୁ ୨୫,୦୦୦ଟଙ୍କା ଦେଇଥିବା ଏକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଣ୍ଡାମାନ୍ରୁ ପ୍ରକାଶିତ ଖବର କାଗଜ ‘ଆଣ୍ଡାମାନ୍ ଶିଖା’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଉ ପୂର୍ବରୁ ୫ ଥର ଆଣ୍ଡାମାନ୍ ଆସିଛନ୍ତି। ସେଣ୍ଟିନେଲ ଜନଜାତିଙ୍କୁ ଭେଟି ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇବା ଲାଗି ତାଙ୍କର ଆଗ୍ରହ ଥିଲା। ଯେଉଁଥିପାଇଁ ସେ ନିଷେଧ ଥିବା ଉତ୍ତର ସେଣ୍ଟୀନେଲ ଦୀପରେ ଲୁଚିକରି ପ୍ରବେଶ କରିଥିଲେ। ସେଠାରେ କ’ଣ ଘଟିଲା ତାହା ଜଣା ନ ପଡ଼ିଥିଲେ ମଧ୍ୟ ତାଙ୍କୁ ତୀର ମାରି ଜନଜାତିର ଲୋକେ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।
ଆଣ୍ଡାମାନ୍ ନିକୋବରର ପୁଲିସ ଡିଜିଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ ଆମେରିକୀୟ ପର୍ଯ୍ୟଟକ ଜନ୍ ଆଲେନ୍ ଚାଉ ଜଣେ ସ୍ଥାନୀୟ ଇଲେକଟ୍ରୋନିକ୍ ଇଂଜିନିୟର୍ ଆଲେକ୍ଜାଣ୍ଡାର ଓ ୫ ଜଣ ଧୀବରଙ୍କ ସହାୟତା ନେଇ ପୁଲିସ୍, ନୌସେନା ଓ କୋଷ୍ଟଗାର୍ଡର ପାଟ୍ରୋଲିଂକୁ ଏଡାଇ ପ୍ରବେଶ ନିଷେଧ ଥିବା ଏହି ଦ୍ୱୀପକୁ ପ୍ରବେଶ କରିଥିଲେ।