ଟ୍ରମ୍ପଙ୍କୁ କିମ୍‌ ଜଙ୍ଗ୍‌ଙ୍କ ପତ୍ର

ଓ୍ଵାସିଂଟନ: ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିବା ପରେ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତା ୧୨ ତାରିଖରେ ଦୁଇ ନେତାଙ୍କ ମଧ୍ୟରେ ଶିଖର ବୈଠକ ଆୟୋଜିତ ହେବାକୁ ଥିବା ବେଳେ ଏହାର କିଛି ସମୟ ପୂର୍ବରୁ କିମ୍‌ଙ୍କ ଏହି ଚିଠି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏକ ବଡ଼ ଲଫାଫା ମଧ୍ୟରେ ଥିବା ଏହି ଚିଠିକୁ ଗଣମାଧ୍ୟମରେ ପ୍ରଦର୍ଶିତ କରିଥିବା ବେଳେ ଏହାକୁ ନେଇ କଟାକ୍ଷ କରିଛନ୍ତି। ଉକ୍ତ ଚିଠିରେ କିମ୍‌ ଜଙ୍ଗ କ’ଣ ଉଲ୍ଳେଖ କରିଛନ୍ତି ସେନେଇ ପ୍ରଘଟ ହୋଇନଥିବା ବେଳେ ଏଥିରେ ଉତ୍ତର କୋରିଆ ନିଜ ରାଷ୍ଟ୍ରର ସୁରକ୍ଷା ପାଇଁ ଆମେରିକା ନିକଟରେ ଦୃଢ଼ ସର୍ତ୍ତ ରଖିଥିବା କୁହାଯାଉଛି। ବୈଠକ ପୂର୍ବରୁ ଆମେରିକା ଏହି ଚିଠିର ଜବାବ ଦେବ ବୋଲି ହ୍ଵାଇଟ୍‌ ହାଉସ୍‌ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର