ଟ୍ବିଟରରେ କିରଣ ବେଦୀ-ନାରାୟଣସ୍ବାମୀ ମୁହାଁମୁହିଁ

ପୁଡ଼ୁଚେରି: ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ଏବଂ ଉପରାଜ୍ୟପାଳ କିରଣ ବେଦୀଙ୍କ ମଧ୍ୟରେ ଆଜି ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ତୁ ତୁ ମେଁ ମେଁ ‌ହୋଇଥିବା ଦେଖିବାକୁ ମିଳିଛି। ଏକ ବାଇକ୍ ରାଲିରେ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ବିନା ହେଲମେଟ୍‌ରେ ଗାଡ଼ି ଚଲାଉଥିବା ଫଟୋ କିରଣ ବେଦୀ ଟ୍ବିଟ୍ କରି ମୋଟର ଯାନ ଆଇନର ‌ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ଏହାପରେ ନାରାୟଣସ୍ବାମୀ କିରଣ ବେଦୀଙ୍କ ଦୁଇଟି ପୁରୁଣା ଫଟୋ ଟ୍ବିଟ୍ କରିଥିଲେ। କିରଣ ବସିଥିବା ଦୁଇଟି ଯାକ ଗାଡ଼ିର ଚାଳକ ହେଲମେଟ୍ ପିନ୍ଧି ନଥିଲେ। ଅନ୍ୟକୁ କହିବା ପୂର୍ବରୁ ନିଜେ ଆଚରଣରେ କରି ଦେଖାଅ ବୋଲି ନାରାୟଣସ୍ବାମୀ ଲେଖିଛନ୍ତି।

ସମ୍ବନ୍ଧିତ ଖବର