କଂଗ୍ରେସରେ ମିଶିଲେ ନିଲମ୍ବିତ ବିଜେପି ସାଂସଦ କୀର୍ତ୍ତି ଆଜାଦ୍

ନୂଆଦିଲ୍ଲୀ : ଦଳବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତିନି ବର୍ଷ ତଳେ ବିଜେପି ଦ୍ବାରା ନିଲମ୍ବିତ ହୋଇଥିବା ସାଂସଦ କୀର୍ତ୍ତି ଆଜାଦ(୬୦) ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ସକାଳେ କୀର୍ତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ କଂଗ୍ରେସରେ ଆନୁଷ୍ଠାନିକ ଭାବେ ମିଶିଥିବା କହିଛନ୍ତି। ଦୀର୍ଘ ୨୬ ବର୍ଷ ବିଜେପିରେ ଥାଇ ବିହାରର ଦରଭଙ୍ଗାରୁ ୩ ଥର ସାଂସଦ ହୋଇଥିବା ପୂର୍ବତନ କ୍ରିକେଟର କୀର୍ତ୍ତି ଏହି ଅବସରରେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି। ତାଙ୍କ ବାପା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭଗବତ ଝା ଆଜାଦ ୨୬ ବର୍ଷ ବୟସରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ୍‌ ନେହରୁଙ୍କ ଦ୍ବାରା ସାଂସଦ ହୋଇଥିଲେ ବୋଲି କୀର୍ତ୍ତି କହିଛନ୍ତି।

ସମ୍ବନ୍ଧିତ ଖବର