ପଢ଼ାରେ ପଛୁଆ ଥିଲେ କିଶୋର

0 92

ମୁମ୍ବାଇ: କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟକ କିଶୋର କୁମାର। ପିଲାଦିନେ ପଠାପଢ଼ା ତୁଳନାରେ ସଂଗୀତ ପ୍ରତି ଅଧିକ ରୁଚି ରଖୁଥିଲେ। ଫଳରେ ପାଠ ଉପରେ ବେଶି ଧ୍ୟାନ ଦେଇ ନପାରି ସବୁବେଳେ ଜଣେ ପଛୁଆ ଛାତ୍ର ଭାବେ ଗଣାଯାଉଥିଲେ। ପାଠରେ ପଛୁଆ ଥିଲେ ମଧ୍ୟ ବି-ଟାଉନ୍‌ରେ ସବୁଠୁ ଅଧିକ ମାର୍କ ରଖି ବେଶ୍‌ ନାଁ କମାଇ ପାରିଥିଲେ। ଆଜି କିଶୋର କୁମାରଙ୍କର ୮୯ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ସମ୍ବନ୍ଧରେ ଏଭଳି ରୋଚକ ତଥ୍ୟ ହସ୍ତଗତ ହୋଇଛି। ୧୯୪୬ରେ ସେ ଇନ୍ଦୋର କ୍ରିଷ୍ଟିଆନ୍‌ କଲେଜ (ଆଇସିସି)ରେ ଇଣ୍ଟରମିଡିଏଟ୍‌ ପାଇଁ ନାମ ଲେଖାଇଥିଲେ। ନାମ ଲେଖାଇବା ସମୟରେ ତାଙ୍କୁ ସମସ୍ୟାର ଶିକାର ହେବାକୁ ପଡ଼ିଥିଲା। କାରଣ ଦଶମ ଶ୍ରେଣୀ ପରୀକ୍ଷାରେ ସେ ୮୦୦ ମାର୍କରୁ ମାତ୍ର ୩୨୬ ନମ୍ବର ରଖି ଥାର୍ଡ ଡିଭିଜନ୍‌ ପାଇଥିଲେ। ତେବେ କଲେଜ ପାଠ ଶେଷ ପୂର୍ବରୁ ସେ ମୁମ୍ବାଇ ପଳାଇ ଆସିଥିଲେ। ମୁମ୍ବାଇରେ ସେ ଖୁବ୍‌ କମ୍‌ ସମୟରେ ଜଣେ ମହାନ୍‌ ଗାୟକ ହେବା ସହିତ ଜଣେ ଭଲ ଅଭିନେତା, ଗୀତିକାର, ପ୍ରଯୋଜକ, ନିର୍ଦ୍ଦେଶକ, ପଟକଥା ଲେଖକ ଭାବେ ବେଶ୍‌ ନାଁ କମାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.