କେଏମ୍‌ବି ଏକ୍ସପ୍ରେସ୍‌ୱେ ଉଦ୍‌ଘାଟନ କଲେ ମୋଦୀ

ଅସମ୍ପୂର୍ଣ୍ଣ, ବିପଜ୍ଜନକ: କଂଗ୍ରେସ

ଗୁରଗାଓଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରଗାଓଁରେ କେଏମ୍‌ବି (କୁଣ୍ଡଳୀ-ମାନେସର-ପଲବଲ) ଏକ୍ସପ୍ରେସୱେର ଉଦ୍‌ଘାଟନ କରିଛନ୍ତି। ଏକ୍ସପ୍ରେସ୍‌ୱେ ଉଦ୍‌ଘାଟନ କରି ମୋଦୀ କହିଛନ୍ତ ଯେ ହରିୟାଣା ପାଇଁ ଆଜିର ଦିନଟି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ରାଜ୍ୟର ପରିବହନ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବ। ଏହି ମର୍ମରେ ମୋଦୀ ୟୁପିଏ ଉପରେ ପ୍ରବଳ ବର୍ଷି କହିଛନ୍ତି ‌‌ ଯେ ଏକ୍ସପ୍ରେସ୍‌ୱେ ଗୋଟିଏ ଦଶନ୍ଧି ପୂର୍ବରୁ ସରିଥାନ୍ତା କିନ୍ତୁ ଦୁର୍ନୀତି ହେତୁ ଏହି କାର୍ଯ୍ୟ ବିଳମ୍ବ ହୋଇଛି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ଏକ ଅସମ୍ପୂର୍ଣ୍ଣ ଏବଂ ବିପଜ୍ଜନକ ଏକ୍ସପ୍ରେସ୍‌ୱେ ବୋଲି କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସ‌ୁର୍ଯେୱାଲା ଆଜି କହିଛନ୍ତି ଯେ ଏକ ଅସମ୍ପୂର୍ଣ୍ଣ ଏକ୍ସପ୍ରେସ୍‌ୱେ ଉଦ୍‌ଘାଟନ କରି ଲୋକଙ୍କ ଜୀବନ ସହିତ ଖେଳାଯାଉଛି। କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ପ୍ରଧାନମନ୍ତ୍ରୀ ମୋଦୀ ନା’ ହରିୟାଣା ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି। ୬,୪୦୦ କୋଟି ଟଙ୍କା ବ୍ୟୟରେ ଏହି ଏକ୍ସପ୍ରେସ୍‌ୱେ ନିର୍ମାଣ ହୋଇଛି। ୨,୭୮୮ କୋଟି ଟଙ୍କା ବ୍ୟୟରେ ୩,୮୪୬ ଏକର ଜମି ଅଧିଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର