କେରଳ ବନ୍ୟା: ୧୫ଦିନ ବନ୍ଦ ରହିବା ପରେ ଖୋଲିଲା କୋଚି ବିମାନ ବନ୍ଦର, ୨ଟାରେ ଉଡ଼ିଲା ପ୍ରଥମ ବିମାନ

କୋଚି: କେରଳରେ ବିନାଶକାରୀ ବନ୍ୟା ପରେ  ଅବସ୍ଥାରେ ସୁଧାର ଆଣିବା କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ବନ୍ୟା ହେତୁ କୋଚି ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଥିଲା। ୧୫ଦିନ ପରେ ପୁଣି ଥରେ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଖୋଲା ଯିବାର ନିଷ୍ପତ୍ତି ସିଆଇଏଏଲ୍‌ ନେଇଛନ୍ତି। ଗତ ମଙ୍ଗଳବାର ଘରୋଇ ବିମାନ ପରିବହନ ସଂସ୍ଥା ଜେଟ ଏୟାରେଓ୍ଵଜ୍‌ ଓ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି କି, କେରଳରେ ବନ୍ୟା ହେତୁ ଅଗଷ୍ଟ ୧୪ରୁ ବିମାନ ଉଡାଣ  ବନ୍ଦ ଥିଲା। ଏହି ସେବାକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛୁ। ବୁଧବାର ଅପରାହ୍ଣ ୨ଟାରେ ପ୍ରଥମ ବିମାନର ଉଡ଼ିଥିବା ଖବର ମିଳିଛି । ଅଗଷ୍ଟ ୮ରୁ ୨୨ ପର୍ଯ୍ୟନ୍ତ ବନ୍ୟା ଓ ଲଗାତାର ବର୍ଷା ହେତୁ ଦେଶର ବ୍ୟସ୍ତତମ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନର ପରିଚାଳନା ଅଗଷ୍ଟ ୧୪ରୁ ବନ୍ଦ କରି ଦିଆଯାଇଥିଲା। ଅଗଷ୍ଟ ୨୦ରୁ ନୌସେନାର କର୍ମସିଆଲ ବିମାନ ଚଳାଇବା ପାଇଁ ବନ୍ୟା ସରକାରଙ୍କୁ ବାଧ୍ୟ କରିଥିଲା ।

ସିଆଇଏଏଲର ପ୍ରବକ୍ତାଙ୍କ କହିବାନୁସାରେ, ବନ୍ୟା ହେତୁ ବିମାନବନ୍ଦରକୁ ପାଖାପାଖି ୨୨୦ କୋଟି ଟଙ୍କାର କ୍ଷତି ପହଞ୍ଚିଛି। ଏହା ସତ୍ତ୍ୱେ ବି ବିମାନବନ୍ଦରରୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର