କୋଫି ଅନ୍ନାନଙ୍କ ପରଲୋକ

ଜାତିସଂଘ: ଜାତିସଂଘର ପୂର୍ବ ମହାସଚିବ ତଥା ଶାନ୍ତି ପ୍ରୟାସ ପାଇଁ ନୋବେଲ ପୁରସ୍କାର ବିଜେତା କୋଫି ଅନ୍ନାନଙ୍କ ଆଜି ପରଲୋକ ଘଟିଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ଅନ୍ନାନ ଘାନାର ନାଗରିକ ଥିଲେ ଏବଂ ବିଶ୍ୱର ବିଭିନ୍ନ ଜଟିଳ ସଙ୍କଟର ସମାଧାନ ପାଇଁ ନିଷ୍ଠାପର ପ୍ରୟାସ କରିଥିଲେ। ବିଶ୍ୱସ୍ତରରେ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ବେଶ ଉଲ୍ଲେଖନୀୟ। ସେ ଲଗାତାର ୨ ଥର ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ଜାତିସଂଘ ମହାସଚିବ ଦାୟିତ୍ୱରେ ରହିଥିଲେ। ୨୦୦୧ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ବିଶ୍ୱରୁ ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ। ସଂପ୍ରତି ସେ ରୋହିଙ୍ଗ୍ୟା ଏବଂ ସିରିୟା ଶରଣାର୍ଥୀଙ୍କ ସଙ୍କଟ ସମାଧାନ ଦିଗରେ କାର୍ଯ୍ୟ କରୁଥିଲେ। ସିରିୟା ସଙ୍କଟର ସମାଧାନ ପାଇଁ ସେ ସିରିୟା ରାଷ୍ଟ୍ରପତି ବସର୍‌ ଅଲ୍‌ ଅସଦଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର