ଦ୍ୱିଶତକ ନୁହେଁ, ତ୍ରିଶତକ ମାର, ଇସାରାରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ କହିଲେ କୋହଲି

ଇନ୍ଦୋର : ପ୍ରାୟ ମାସେ ବ୍ୟବଧାନ ମଧ୍ୟରେ ୨ଟି ଦ୍ୱିଶତକ ମାରି ଭାରତୀୟ ଟେଷ୍ଟ ଓପନର ମୟଙ୍କ ଅଗ୍ରଓ୍ଵାଲ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଆଜି ବାଂଲାଦେଶ ବିପକ୍ଷରେ ମୟଙ୍କ ନିଜର ୨ୟ ଦ୍ୱିଶତକ ମାରିଛନ୍ତି । ଗତ ଅକ୍ଟୋବର ମାସରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ ।

ତେବେ ଆଜି ପଡିଆରେ ଏକ ମଜାଦାର କଥା ଦେଖିବାକୁ ମିଳିଥିଲା । ନିଜର ଦ୍ୱିଶତକ ପୂରଣ କରିବା ପରେ ମୟଙ୍କ ଅଧିନାୟକ ବିରାଟ କୋହଲିଙ୍କ ଆଡକୁ ଦୁଇଟି ଅଙ୍ଗୁଳି ଦେଖାଇ ଇସାରା କରିଥିଲେ । ଏହି ଇସାରା ମାଧ୍ୟମରେ ନିଜର ଦ୍ୱିଶତକକୁ ସେ ଦର୍ଶାଇଥିଲେ । କିନ୍ତୁ ଏହାର ଜବାବ ଦେଇ କୋହଲି ତାଙ୍କୁ ତିନି ଆଙ୍ଗୁଳି ଦେଖାଇଥିଲେ । ଏହାର ଅର୍ଥ ହେଉଛି ଦ୍ୱିଶତକ ନୁହେଁ, ତ୍ରିଶତକ ମାର । ଏହା ପୂର୍ବରୁ ମୟଙ୍କ ଯେତେବେଳେ ଦ୍ୱିଶତକ ପୂରଣ କରିନଥିଲେ, ସେତେବେଳେ କୋହଲି ତାଙ୍କୁ ଇସାରାରେ ଦ୍ୱିଶତକ ମାରିବାକୁ କହିଥିଲେ । ଦୁଇ ଖେଳାଳିଙ୍କ ଏହି ଇସାରାରେ ଭାବ ବିନିମୟ କେବଳ ପଡିଆ ନୁହେଁ, ସେସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ମୟଙ୍କ ଆଜି ୩୦୪ଟି ବଲ ଖେଳି ନିଜର ଦ୍ୱିଶତକ ପୂରଣ କରିଥିଲେ ।

ସମ୍ବନ୍ଧିତ ଖବର