ବାରମ୍ବାର କାଶ ହେଉଥିବାରୁ ଫୁସଫୁସରେ ସମସ୍ୟା ଥିବା ଭାବି ସିଟି ସ୍କାନ କରାଇଲେ ଡାକ୍ତର, ରିପୋର୍ଟରେ ସାମ୍ନାକୁ ଆସିଲା ଏଭଳି ଜିନିଷ

କୋଲକାତା: କୋଲକାତାରେ ରହୁଥିବା ଜଣେ ୧୨ବର୍ଷିଅ ନାବାଳକର ବାରମ୍ବାର କାଶ ହେଉଥିବାରୁ ଡାକ୍ତରଖାନରେ ପହଞ୍ଚିଥିଲେ ପରିବାର ଲୋକେ। ପ୍ରଥମେ ଔଷଧ ଦେଇ ଭଲ କରିବାକୁ ଚେଷ୍ଟା କରାଯିବା ପରେ ନାବାଳକର ସମସ୍ୟାର ସମାଧାନ ହୋଇ ନଥିଲା। ଔଷଧ ଖାଇବା ପରେ ବି କାଶ ଲାଗି ରହିବାରୁ ଡାକ୍ତର ଫୁସଫୁସରେ ସମସ୍ୟା ରହିଛି ବୋଲି ଭାବି ସିଟି ସ୍କାନ କରାଇଥିଲେ। ରିପୋର୍ଟ ଆସିବା ପରେ କାଶ ହେବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ଫୁସଫୁସରେ ଏକ କଲମର କ୍ୟାପ୍ ଫସି ରହିଥିବାରୁ ବାଳକଟି ବାରମ୍ବାର କାଶୁଥିବା ସ୍ପଷ୍ଟ ହୋଇଥିଲା। ଏବେ ବାଳକର ଅସ୍ତ୍ରୋପଚାର କରାଯାଇ କ୍ୟାପଟିକୁ ବାହାର କରି ଦିଆଯାଇଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ନଭେମ୍ବର ମାସରେ ଭୁଲବଶତଃ ପୁଅ ସେଠ୍ ସୁଖଲାଲ କର୍ଣ୍ଣାନୀ କଲମର କ୍ୟାପ୍ ଖାଇ ଦେଇଥିଲେ। ତୁରନ୍ତ କୌଣସି ସମସ୍ୟା ହୋଇ ନଥିଲେ ମଧ୍ୟ ପରେ କାଶ ହେବା ସମସ୍ୟା ଆରମ୍ଭ ହୋଇଥିଲା। ଏବେ ବାଳକର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର।

बच्चे को लगातार हो रही थी खांसी, सिटी स्कैन किया तो डॉक्टर रह गए दंग
aajtak.intoday.in

ସେଠ୍ ସୁଖଲାଲ କର୍ଣ୍ଣାନୀଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତର ଅରୁଣାଭ ସେନଗୁପ୍ତାଙ୍କ କହିବା ମୁତାବକ, କୋଲକାତାର ଗରିୟା ଅଞ୍ଚଳରେ ରହୁଥିବା ସୁଖଲାଲଙ୍କର ବାରମ୍ବାର କାଶ ଓ ଥଣ୍ଡା ସମସ୍ୟା ଲାଗି ରହିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ସମସ୍ୟା କ’ଣ ଜଣା ପଡ଼ି ନଥିବା ବେଳେ ପରେ ସିଟି ସ୍କାନ କରାଯିବାରୁ ଫୁସଫୁସରେ କଲମର କ୍ୟାପ୍ ଫସି ରହିଥିବା ସାମ୍ନାକୁ ଆସିଥିଲା। ପରିବାର ଲୋକେ ଠିକ୍ ସମୟରେ ସୁଖଲାଲଙ୍କୁ ଡାକ୍ତରଖାନା ଆଣିଥିବାରୁ ତାଙ୍କର ଜୀବନ ବଞ୍ଚି ପାରିଛି। ନଚେତ କିଛି ଦିନ ମଧ୍ୟରେ ସେମାନେ ସୁଖଲାଲଙ୍କୁ ହରାଇ ବସିଥାନ୍ତେ ବୋଲି କହିଛନ୍ତି ଡାକ୍ତର।

ସମ୍ବନ୍ଧିତ ଖବର