ପୋଷ୍ୟ ଐତିହ୍ୟରେ କୋଣାର୍କ, ରାଜାରାଣୀ ଓ ରତ୍ନଗିରି

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପୋଷ୍ୟ ଐତିହ୍ୟ ଯୋଜନାରେ ଦେଶର ୧୪ଟି ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଯୋଜନା କରାଯାଇଛି। ଅନ୍ତଃମନ୍ତ୍ରାଳୟ େଓ୍ଵବସାଇଟ୍‌ ଏବଂ ଭିଜନ୍‌ କମିଟି ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତାବିତ ୫୭ଟି କୀର୍ତ୍ତିର୍ିରାଜି ମଧ୍ୟରୁ ଚୟନ ହୋଇଥିବା ଏହି ୧୪ଟିରେ ଓଡ଼ିଶାର କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଏବଂ ଯାଜପୁର ଅନ୍ତର୍ଗତ ରତ୍ନଗିରି ସ୍ଥାନ ପାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଗତମାସ ୨୨ରେ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଦ୍ୱାରା ପୋଷ୍ୟ ଐତିହ୍ୟ ଯୋଜନାର ଶୁଭାରମ୍ଭ ହୋଇଥିଲା। ବିଭିନ୍ନ ପର୍ଯ୍ୟଟନସ୍ଥଳର ଦାୟିତ୍ୱ ନେଇ ଦେଶର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳଗୁଡ଼ିକର ସଂରକ୍ଷଣ ଏବଂ ନିରନ୍ତର ବିକାଶ ନିମନ୍ତେ ପର୍ଯ୍ୟଟନ ମନ୍ତ୍ରାଳୟ ଘରୋଇ କମ୍ପାନି, ରାଷ୍ଟ୍ରାୟତ କମ୍ପାନି ଓ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ଆମନ୍ତ୍ରଣ କରିଥିଲା। ଏହି ଯୋଜନାରେ ଓଡ଼ିଶାର ସାମିଲ ହୋଇଥିବା ଉପରୋକ୍ତ ତିନିଟି ଯାକ କୀର୍ତ୍ତିସ୍ଥଳକୁ ଟି କେ ଇଣ୍ଟରନ୍ୟାସନାଲ୍‌ ପକ୍ଷରୁ ପୋଷ୍ୟ ଐତିହ୍ୟ ଭାବେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର