କର୍ଣ୍ଣାଟକ କୋଠା ଭୁଷୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା

0

ବାଙ୍ଗାଲୁରୁ : କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ ଗତ ମଙ୍ଗଳବାରଦିନ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହା ସହିତ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୫୫ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହୁରି ୧୦-୧୫ ଜଣ ଏଠାରେ ଫସିରହିଥିବା ଆଶଙ୍କା କରାଯାଉଛି । ତେବେ କଂକ୍ରିଟ କାଟି ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏହି କୋଠାଟି ଏକ ନିର୍ମାଣାଧୀନ ସପିଂ କଂପ୍ଲେକ୍ସ ଥିଲା ବୋଲି ଜଣାଯାଇଛି । ଏହା ରାଜ୍ୟର ପୂର୍ବତନ ଖଣିମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ଜଣେ ସଂପର୍କୀୟଙ୍କର ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.