ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ୪ଦିନ ପର୍ଯ୍ୟନ୍ତ ହେବ କୁଳଭୂଷଣ ଯାଦବ ମାମଲାର ଶୁଣାଣି

ନୂଆଦିଲ୍ଲୀ : ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୁଳଭୂଷଣ ଯାଦବ ମାମଲାର ଶୁଣାଣି। କୁଳଭୂଷଣ ଯାଦବ ମାମଲାରେ ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଆସନ୍ତା ସପ୍ତାହରେ ପୁଣି ଥରେ ପରସ୍ପରର ସାମନା କରିବେ । ଯାଦବଙ୍କୁ ନ୍ୟାୟ ଦେବା ପାଇଁ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ବଡ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ଅଛି । ୧୮ ଫେବୃୟାରୀରୁ ସଂଯୁକ୍ତ ରାଷ୍ଟ୍ରର ଅନ୍ତର୍ଜାତୀୟ କୋର୍ଟରେ ୪ଦିନ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବ ।

ଶୁଣାଣିର ଆରମ୍ଭ ଭାରତ ପକ୍ଷରୁ ହେବ, ସେଇଠି ପାକିସ୍ତାନ ତାର ପରଦିନ ଅର୍ଥାତ୍ ୧୯ ଫେବୃୟାରୀରେ ନିଜ ପକ୍ଷ ରଖିବ । ୨୦ ଫେବୃୟାରରେ ଦ୍ୱିତୀୟ ରାଉଣ୍ଡରେ ପାକିସ୍ତାନ ଦ୍ୱାରା ରଖାଯାଇଥିବା ପକ୍ଷ ଉପରେ ଭାରତ ଜବାବ ଦେବ । ସେଇଠି ପାକିସ୍ତାନକୁ ଏହି ଅବସର ୨୧ ଫେବୃୟାରୀରେ ମିଳିବ । କୁଳଭୂଷଣ ଯାଦବ ଭାରତୀୟ ନାଗରିକ । ପାକ୍‌ର ଗୁପ୍ତ ଏଜେନ୍ସି ଆଇଏସଆଇ ଯାଦବଙ୍କ ଅପହରଣ ଇରାନରୁ କରିଥିଲା । ପରେ ପାକିସ୍ତାନକୁ ମିଲିଟ୍ରି କୋର୍ଟ ତାଙ୍କୁ ଗୁପ୍ତଚର ଆଖ୍ୟା ଦେଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲା ।

୨୫ ମାର୍ଚ୍ଚ ୨୦୧୬ରୁ ଭାରତ ଲଗାତାର ଯାଦବଙ୍କ କାନ୍ସୁଲାର ଏକ୍ସେସ ଦାବି କରୁଛି । ୨୦୧୬ରେ ହିଁ ପାକ୍ ଭାରତୀୟ ଉଚ୍ଚ ଆୟାଗକୁ ଯାଦବଙ୍କ ଗିରଫ ସୂଚନା ମିଳିଥିଲା । କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଯାଦବଙ୍କ କାନ୍ସୁଲାର ଏକ୍ସେସ ଦେଲାନି । କାନ୍ସୁଲାର ଏକ୍ସେସ ନଦେବା ପଛରେ ପାକିସ୍ତାନ ଯାଦବଙ୍କୁ ଗୁପ୍ତଚର ଆଖ୍ୟା ଦେଉଛି ।

କୁଳଭୂଷଣ ମାମଲାରେ କେବେ କ’ଣ ହୋଇଥିଲା ?

୨୫ ମାର୍ଚ୍ଚ ୨୦୧୬ : ଭାରତକୁ ଯାଦବ ହିରାସତରେ ଥିବା ସୂଚନା ମିଳିଥିଲା ।
୧୦ ଏପ୍ରିଲ ୨୦୧୭ : ପାକିସ୍ତାନର ମିଲିଟ୍ରି କୋର୍ଟ ଯାଦବଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲା ।
୮ ମେ ୨୦୧୭ : ଭାରତ ଆଇସିଜେର ଦ୍ୱାରସ୍ଥ ହେଲା।
୧୫ ମେ ୨୦୧୭ : ମାମଲାର ଶୁଣାଣି ହେଲା।
୧୮ ମେ ୨୦୧୭ : ଆଇସିଜେ ଫାଶୀ ଉପରେ ରୋକ୍ ଲଗାଇଲା।
୨୫ ଡିସେମ୍ବର ୨୦୧୭ : ଯାଦବଙ୍କ ମାଆ ଓ ପତ୍ନୀ ପାକ୍ ଯାଇ ଯାଦବଙ୍କୁ ଭେଟିଥିଲେ।
୨୮ ଡିସେମ୍ବର ୨୦୧୭ : ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସାକ୍ଷାତକାରର ସୂଚନା ସଂସଦରେ ଦେଲେ।

ସମ୍ବନ୍ଧିତ ଖବର