ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରେ ରବିବାର ସୁରକ୍ଷା ବାହିନୀଙ୍କର ଏନକାଉଣ୍ଟରରେ ୨ଜଣ ଲସ୍କର ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଂଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ କୁଲଗାମ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷା ବାହିନୀ ୩ୟ ଆତଙ୍କବାଦୀକୁ ଖୋଜୁଛି। ଏଥି ପାଇଁ ଅପରେସନ ଜାରି ରହିଛି। ଜମ୍ମୁ କଶ୍ମୀର ଡିଜିପି ଏସ୍.ପି. ବୈଦ୍ୟ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ୨ଜଣ ଆତଙ୍କବାଦୀକୁ ଏନକାଉଣ୍ଟରରେ ନିପାତ କରାଯାଇଛି। ସେ ସୁରକ୍ଷା ବାହିନୀଙ୍କୁ ମିିଳିଥିବା ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
Encounter at Chadderbhan Kulgam , 2/3 Terrorists trapped . Good luck to our men from J&K Police/Army/ CRPF.
— Shesh Paul Vaid (@spvaid) June 24, 2018
୨ ଦିନ ତଳେ ନିପାତ ହୋଇଥିଲେ ୪ଜଣ ଆତଙ୍କବାଦୀ
ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଥିଲା। ବହୁ ସମୟ ଧରି ଗୁଳିବିନିମୟ ହେବା ପରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମୟରେ ଜମ୍ମୁ କଶ୍ମୀର ପୁଲିସର ଯବାନ ଆଶିକ ହୁସେନ ମଧ୍ୟ ସହିଦ ହୋଇଥିଲେ। ଏହା ବ୍ୟତୀତ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ ସୁରକ୍ଷା ବାହିନୀଙ୍କୁ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ଲୁଚି ରହିଥିବା ସଂପର୍କରେ ଜାଣିଥିଲେ। ଏହା ପରେ ଏନ୍କାଉଣ୍ଟର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।