କୁଲଗାମ୍‌ ଏନକାଉଣ୍ଟର:ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଛି। କୁଲଗାମ୍‌ ଜିଲ୍ଲାର ନୌବାଗକୁଣ୍ଡ୍‌ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇ ସୁରକ୍ଷାବାହିନୀ ପକ୍ଷରୁ ଉକ୍ତ ଗ୍ରାମକୁ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସି କରାଯାଇଥିଲା। ତଲାସି ଅଭିଯାନ ଜାରି ରହିଥିବାବେଳେ ଆତଙ୍କବାଦୀଙ୍କ ପକ୍ଷରୁ ହଠାତ୍‌ ଗୁଳିମାଡ଼ ହୋଇଥିଲା।

ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କାବାଦୀ ନିପାତ ହୋଇଛି। ସେହିପରି ପୁଲଓ୍ଵାମାର ଲାମ୍‌ ଗ୍ରାମରେ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ପାର୍ଟି ଉପରକୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାଡ଼ କରିଛନ୍ତି। ଗତକାଲି ହଣ୍ଡ୍‌ଓ୍ଵାରାର ଏକ ପୁଲିସ ଚେକ୍‌ପଏଣ୍ଟ୍‌ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଥିବାବେଳେ ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର