କୁମାରସ୍ୱାମୀଙ୍କ ୫ ବର୍ଷ କାର୍ଯ୍ୟକାଳକୁ ନେଇ କଂଗ୍ରେସରେ ଅସନ୍ତୋଷ

ବେଙ୍ଗାଲୁରୁ: କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ଆଲୋଚନା ମାଧ୍ୟମରେ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନକୁ ନେଇ କନ୍ଦଳ ତୁଟିଥିଲେ ମଧ୍ୟ ଏବେ କୁମାରସ୍ୱାମୀଙ୍କ କାର୍ଯ୍ୟକାଳକୁ ନେଇ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି। କୁମାରସ୍ୱାମୀ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳ ହାଇ କମାଣ୍ଡଙ୍କ ନିଷ୍ପତ୍ତିକୁ ଏବେ ବହୁ ନେତା ବିରୋଧ କରିଛନ୍ତି।ଏଆଇସିସି ସାଧାରଣ ସଚିବ ଏବଂ କର୍ଣ୍ଣାଟକ ଇନ୍‌ ଚାର୍ଜ କେସି ବେଣୁଗୋପାଳ ଗତ ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ କୁମାରସ୍ୱାମୀ ୫ ବର୍ଷ କାର୍ଯ୍ୟକାଳରେ ରହିବେ ଏବଂ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜେଡିଏସ୍‌ ସହ ମେଣ୍ଟ କରିବ। କିନ୍ତୁ ଏହି ନିଷ୍ପତ୍ତି ଉପରେ ବିଭିନ୍ନ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିିଥିବା ଜଣାପଡ଼ିଛି। ଆଜି ଉତ୍ତର କର୍ଣ୍ଣାଟକର ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏସଆର ପାଟିଲ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର