ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଜେଟ୍ ଉପସ୍ଥାପନକୁ ନେଇ କଂଗ୍ରେସ-ଜେଡିଏସ୍ ଏବେ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପ୍ରୟାସ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁମାରସ୍ୱାମୀ କହିଛନ୍ତି ଯେ ସେ ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଚାହୁଛନ୍ତି ଏବଂ ଏଥିରେ ବିଶେଷ କିଛି ପ୍ରତିବନ୍ଧକ ନାହିଁ। କଂଗ୍ରେସ ଦଳ ସହିତ ଏ ବାବଦରେ ସ୍ପଷ୍ଟ ଆଲୋଚନା ହୋଇଛି ଏବଂ କୌଣସି ମତାନ୍ତର ନାହିଁ ବୋଲି ସେ କହିଛନ୍ତି। ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ବଜେଟ୍ ଉପସ୍ଥାପନ ନ କରିବାକୁ ଦେଇଥିବା ପରାମର୍ଶ ତାଙ୍କର ବ୍ୟକ୍ତିଗତ ମତ ବୋଲି କୁମାରସ୍ୱାମୀ କହିଛନ୍ତି।