ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୁମାରସ୍ୱାମୀ; ଜାଣନ୍ତୁ କିଏ କିଏ ଯୋଗ ଦେଲେ ଶପଥ ଗ୍ରହଣ ଉତ୍ସବରେ: ଆଉ କେମିତି ଥିଲା ମାହୋଲ…

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ବିଧାନ ସୌଧ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ବାଜୁଭାଇ ଭାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତଥା ଦଳିତ ନେତା ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।
ମେ ୨୪ ତାରିଖରେ ନବନଯୁକ୍ତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇସାରିବା ପରେ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସହ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ବୋଲି ଜେଡିଏସ୍‌- କଂଗ୍ରେସ ମେଣ୍ଟ ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକ କ୍ୟାବିନେଟରେ ୩୪ଟି ମନ୍ତ୍ରୀ ପଦ ରହିଥିବା ବେଳେ ଏଥିମଧ୍ୟରୁ କଂଗ୍ରେସ ଭାଗରେ ୨୨ଟି ଓ ଜେଡିଏସ୍‌ ଭାଗରେ ୧୨ଟି ମନ୍ତ୍ରୀ ପଦ ପଡ଼ିଛି। ଏଥିସହ ବାଚସ୍ପତି ପଦବୀ କଂଗ୍ରେସ ହାତକୁ ଯାଇଥିବା ବେଳେ ଉପ ବାଚସ୍ପତି ପଦବୀ ଜେଡିଏସ୍‌ ନିକଟରେ ରହିଛି।

ଦେଖନ୍ତୁ କିଏ କିଏ ଯୋଗ ଦେଇଥିଲେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ: ଆଉ କେମିତି ଥିଲା ମାହୋଲ

 

ସମ୍ବନ୍ଧିତ ଖବର