କୁମାରସ୍ବାମୀଙ୍କ ଗାଡ଼ି ଅଟକାଇ ଯାଞ୍ଚ

ବେଙ୍ଗାଲୁରୁ : ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ସବୁ ରାଜ୍ୟରେ ସଜାଗ ରହିଛନ୍ତି ନିର୍ବାଚନ ଅଧିକାରୀ । ବେଆଇନ ଟଙ୍କା କାରବାରକୁ ‌ରୋକିବାପାଇଁ ବ୍ୟାପକ ଯାଞ୍ଚ କରାଯାଉଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟାରୁ କୌଣସି ବଡ଼ ରାଜନେତା କି ମୁଖ୍ୟମନ୍ତ୍ରୀ ବି ବର୍ତ୍ତି ପାରିନାହାନ୍ତି। ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମ୍ବାରସ୍ବାମୀଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଛନ୍ତି ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌। ହାସନ୍‌ ଜିଲ୍ଲାର ଏକ ଚେକ୍‌ପୋଷ୍ଟ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଏସ୍‌ୟୁଭି ଅଟକିବାପରେ ତାହାର ଯାଞ୍ଚ କରାଯାଇଥିଲା। ଏହି ଗାଡ଼ିରେ କୁମାରସ୍ବାମୀଙ୍କୁ ଆଗ ସିଟ୍‌ରେ ବସିଥିବା ଦେଖିବାକୁ ମିଳିଛି। ତେବେ କିଛି ସମୟ ଯାଞ୍ଚ ପରେ କୁମାରସ୍ବାମୀଙ୍କ ଗାଡ଼ିଟିକୁ ଆଗକୁ ଯିବାକୁ ଅନୁମତି ମିଳିଥିଲା। କିଛିଦିନ ପୂର୍ବରୁ ଜେଡିଏସ୍‌ ନେତାଙ୍କ ବାସଭବନରେ ଆୟକର ଚଢ଼ଉ ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର