ଆରଜେଡି ମେଣ୍ଟରେ ସାମିଲ ହେବେ କୁଶଓ୍ଵାହା!

ପାଟନା: ୨୦୧୯ ଲୋକସଭା ନିର୍ବାଚନ ପାଖେଇ ଆସିବା ସହ ଏବେ ରାଜନୀତି ନୂଆ ମୋଡ଼ ନେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ରରେ ଏନ୍‌୍‌ଡିଏ ସରକାରରେ ମନ୍ତ୍ରୀ ଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ଵାହାଙ୍କ ଏକ ବୟାନ ବିହାର ରାଜନୀତିକୁ ସରଗରମ କରିଦେଇଛି। ଗତକାଲି କୁଶଓ୍ଵାହା ଏକ ଦଳୀୟ କାର୍ଯ୍ୟକ୍ରମରେ କହିଥିଲେ ଯେ ଯଦି ଯାଦବଙ୍କ ଦୁଗ୍ଧ ଏବଂ କୁଶଓ୍ଵାହାଙ୍କ ଚାଉଳ ଏକତ୍ର ହେବ ତା’ହେଲେ ବହୁତ ଭଲ ଖିରି ତିଆରି ହୋଇପାରିବ। ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ ସାମିଲ ହେବାନେଇ ଏହା କୁଶଓ୍ଵାହାଙ୍କ ପରୋକ୍ଷ ଘୋଷଣା ହୋଇଥିବାରୁ ଏହାକୁ ରାଜ୍ୟ ବିଜେପି ଗମ୍ଭୀରତାର ସହ ନେଇଛି। କୁଶଓ୍ଵାହାଙ୍କ ବୟାନକୁ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱାଗତ କରିଛନ୍ତି ଏବଂ କୁଶଓ୍ଵାହାଙ୍କ ଦଳକୁ ମହାମେଣ୍ଟରେ ସ୍ୱାଗତ କରାଯିବ ବୋଲି କହିଛନ୍ତି। ତେବେ ବିଜେପି ଏବଂ ଜେଡିୟୁ କୁଶଓ୍ଵାହାଙ୍କ ବୟାନକୁ ସମାଲୋଚନା କରିଛନ୍ତି। ଜେଡିୟୁ କହିଛି ଯେ ଉପେନ୍ଦ୍ର କୁଶଓ୍ଵାହା ବିନାଶର ରାସ୍ତା ଧରିବାକୁ ଯାଉଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି ବିହାରରେ ନୀତୀଶଙ୍କ ନେତୃତ୍ୱାଧୀନ ମେଣ୍ଟ ହିଁ ସବୁଠାରୁ ବଡ଼ ମେଣ୍ଟ।

ସମ୍ବନ୍ଧିତ ଖବର