ଓଜନ କମାଇବା ଲାଗି ଲାଉ ଜୁସ୍ ପିଇବା କାଳ ହେଲା: ମୃତ୍ୟୁମୁଖରେ ପଡ଼ିଲେ ମହିଳା ଇଂଜିନିୟର !

ପୁଣେ : ଲୋକ ପତଳା ହେବା ପାଇଁ ଅନେକ ଘରୋଇ ଉପାୟର ସାହାରା ନିଅନ୍ତି ଏବଂ ଏହି ଉପାୟ ଭିତରେ ଲାଉ ରସ ସେବନ ନିଶ୍ଚୟ ସାମିଲ ଥାଏ । କିନ୍ତୁ ଏହି ଲାଉ ରସ ବି ବେଳେ ବେଳେ ଘାତକ ସାବ୍ୟସ୍ତ ହୋଇପାରେ । ପୁଣେରେ ଲାଉ ରସ ଜଣେ ମହିଳାଙ୍କ ଜୀବନ ନେଇଥିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନାଯାଗ୍ୟ, ପୁଣେର ୪୧ ବର୍ଷୀୟ ମହିଳା ଇଂଜିନିୟର ଲାଉ ଜୁସ୍ ପିଇ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ହେଉଛି ଜୁନ୍ ମାସ ୧୨ ତାରିଖର ଘଟଣା । ମହିଳାଙ୍କର କୈାଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ସେ ଓଜନ କମାଇବା ଲାଗି ଲାଉ ଜୁସ୍ ପିଇଲେ ଏବଂ କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଲଗାତାର ବାନ୍ତି ହେବାପରେ ତାଙ୍କୁ ହସପିଟାଲ୍ ନିଆଯାଇଥିଲା । ୨ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାପରେ ୧୬ ଜୁନରେ ତାଙ୍କର ପ୍ରାଣ ଚାଲିଯାଇଥିଲା ।

ଡାକ୍ତରଙ୍କ କହିବାନୁସାରେ, ଲାଉ ଜୁସ୍ ପିଇବା ହେତୁ ମହିଳାଙ୍କର ବ୍ରେନ୍ ହେମରେଜ୍ ହୋଇଯାଇଥିଲା । ଯଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ବୋଲି ଡାକ୍ତରମାନେ ସୂଚାଇଛନ୍ତି । ବେଳେବେଳେ ସେମାନେ ଲୋକଙ୍କୁ ପରାମର୍ଶ ଦିଅନ୍ତି କି ଜୁସର ସ୍ୱାଦ କଷା ଥିଲେ ତାହାର ସେବନ କରିବା ଉଚିତ୍ ନୁହେଁ । ସମୟ ସମୟରେ ପନିପରିବାରେ ଥିବା ବିଷାକ୍ତ ତତ୍ତ୍ବ ଜୁସ ଜରିଆରେ ଶରୀର ଭିତରକୁ ଚାଲିଯାଏ ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ସମ୍ବନ୍ଧିତ ଖବର