ସାଙ୍ଗମାନଙ୍କ ଆଗରେ ନାଚିବାକୁ ମନା କରିବାରୁ ପାକିସ୍ତାନୀ ମହିଳାଙ୍କୁ ଲଣ୍ଡା କରିବା ସହ ସମସ୍ତଙ୍କ ଆଗରେ ନିର୍ବସ୍ତ୍ର କଲା ସ୍ୱାମୀ

ନୂଆଦିଲ୍ଲୀ : ପାକିସ୍ତାନରେ ମହିଳାମାନଙ୍କ ସହ କିଭଳି ଅମାନବୀୟ ବ୍ୟବହାର କରାଯାଏ, ତାହାର ଏକ ଉଦାହରଣ ସାମ୍ନାକୁ ଆସିଛି । ଲାହୋରରେ ରହୁଥିବା ଅସ୍‌ମା ଅଜୀଜ୍‌ଙ୍କ କାହାଣୀ ପାକିସ୍ତାନର ଅସଲ ମୁଖା ସାମ୍ନାକୁ ଆଣିଛି । ଅସ୍‌ମା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନିଜ ସହ ଘଟିଥିବା ଦୁର୍ବବ୍ୟବହାର ବିଷୟରେ ଜଣାଇଥିଲେ । ଯାହା ପରେ ପରେ ଭିଡିଓଟି ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

The News International

ଭିଡିଓ ଅନୁଯାୟୀ, ଅସ୍‌ମାଙ୍କ ସ୍ୱାମୀ ମିଆଁ ଫୈଜଲ ଅସ୍‌ମାଙ୍କୁ ନିଜ ବନ୍ଧୁମାନଙ୍କ ଆଗରେ ନାଚିବା ପାଇଁ କହିଥିଲେ । ଅସ୍‌ମା ଫୈଜଲଙ୍କ କଥା ନ ମାନିବାରୁ ସେ ରାଗରେ ଅସ୍‌ମାଙ୍କ ଚୁଟି କାଟି ନିଆଁରେ ପକାଇ ଦେବା ସହ ଅସ୍‌ମାଙ୍କୁ ଲୁହା ରଡ଼ରେ ଚେଙ୍କ ଦେଇଥିଲେ । ପର ଦିନ ଅସ୍‌ମା ନିଜ ସହ ଘଟିଥିବା ଘଟଣାର ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ଅଭିଯୋଗ ଲେଖିବା ପାଇଁ ପୁଲିସ ଟଙ୍କା ମାଗିଥିଲା। ଏହା ପରେ ଅସ୍‌ମା ନିଜର ଏକ ଭିଡିଓ ପ୍ରସ୍ତୁତ କରି ନିଜ ସହ ଘଟିଥିବା ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ ଚିନ୍ତା କରିଥିଲେ ବୋଲି ଭାଇରାଲ ଭିଡିଓରୁ ଜଣାପଡ଼ିଛି । ଭିଡିଓଟି ଭାଇରାଲ ହେବା ପରେ ପୁଲିସ ନିଜ ତରଫରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଫୈଜଲ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର