ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଯାତ୍ରୀଙ୍କ ଜୀବନ, ମୃତ ମା’ କୋଳରେ ବସି କାନ୍ଦୁଥିଲେ ଦୁଇ କଅଁଳ ଶିଶୁ

ଶାହଜହାପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ହୋଇଥିବା ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରେ ୧୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ଼ ଦୁର୍ଘଟଣାରେ ମୃତଦେହ ମଝିରେ ଫଶି ଯାଇଥିବା ଦୁଇ ନୀରିହ ଶିଶୁଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ସାମାନ୍ୟ ଆଘତଟିଏ ବି ଆସିନାହିଁ।

ସୂଚନାଯୋଗ୍ୟ: ୧୭ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ମ୍ୟାଜିକ୍‌ ଟ୍ରକ ସହିତ ଧକ୍କା ହୋଇଥିଲା। ମ୍ୟାଜିକ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକୁ ଓଲଟି ପଡ଼ିଥିଲା। ଫଳରେ ୧୭ଜଣ ମଧ୍ୟରୁ ୧୨ଜଣଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ୧୨ଜଣ ମୃତଶରୀର ଓ ୫ଜଣ ଗୁରୁତର ଯାତ୍ରୀଙ୍କ ମଧ୍ୟରେ ଥିଲେ ଦୁଇଟି ଶିଶୁ। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟଲୋକ ପୁଲିସ ସାହାଯ୍ୟରେ ଦେଢ଼ମାସ ଓ ଦୁଇବର୍ଷର ଶିଶୁକୁ କାନ୍ଦୁ ଥିବା ଅବସ୍ଥାରେ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ସମୟରେ ଦୁଇଟି କଅଁଳ ଶିଶୁ ମା’ କୋଳରେ ହିଁ ଥିଲେ।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁଇଟି ଶିଶୁଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଜିଲ୍ଲା ପ୍ରଶାସନ ଦୁଇଟି ଶିଶୁଙ୍କ ଯତ୍ନ ନେବା ପାଇଁ ପରିବାରଲୋକ ପହଞ୍ଚିବା ପର୍ଯ୍ୟନ୍ତ ସ୍ଥାନୀୟଲୋକଙ୍କ ହାତରେ ଦେଇଛନ୍ତି। ଶିଶୁଟିର ଜେଜେ ମା’ ଏହି ଦୁର୍ଘଟଣାରେ ଗୁୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର