ମହାମେଣ୍ଟକୁ ଫେରିବାକୁ ଚାହୁଁଥିଲେ ନୀତିଶ କୁମାର : ଲାଲୁ ପ୍ରସାଦ ଯାଦବ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁସ୍ତକ ‘ଗୋପାଲଗଂଜ୍‌ ଟୁ ରାୟସିନା:ମାଇଁ ପଲଟିକାଲ୍‌ ଜର୍ଣ୍ଣି’ ଖୁବ୍‌ ଶୀଘ୍ର ଲୋକାର୍ପିତ ହେବ। ଲାଲୁ ପ୍ରସାଦ ଯାଦବ ଏହି ପୁସ୍ତକରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସଂପର୍କରେ ଏକ ଚମକପ୍ରଦ ପ୍ରସଙ୍ଗ ଉତ୍‌ଥାପନ କରିଥିବା ଜଣାଯାଇଛି। ଏଥିରେ ସେ ଲେଖିଛନ୍ତି ଯେ ନୀତିଶ କୁମାର ପୁଣି ମହାମେଣ୍ଟକୁ ଫେରିବାକୁ ଚାହୁଁଥିଲେ। ଏଥିରେ ସେ ଲେଖିଛନ୍ତି ଯେ ନୀତିଶ କୁମାର ପୁଣି ମହାମେଣ୍ଟକୁ ଫେରିବାକୁ ଚାହୁଁଥିଲେ।

photo–the asian age

ଏଥିପାଇଁ ନୀତିଶ ତାଙ୍କର ଦୂତ ଭାବେ ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋରଙ୍କୁ ଥରେ ନୁହେଁ କି ଦୁଇଥର ନୁହେଁ ପାଞ୍ଚ ପାଞ୍ଚ ଥର ତାଙ୍କ ପାଖକୁ ପଠାଇଥିଲେ ବୋଲି ଲାଲୁ ଲେଖିଛନ୍ତି। ମହାମେଣ୍ଟ ଛାଡିବାର ଛଅ ମାସ ପରେ ନୀତିଶ କୁମାର ପୁଣି ଫେରିବାକୁ ଚାହୁଁଥିଲେ। ତେବେ ପ୍ରଶାନ୍ତ କିଶୋର ଲାଲୁ ପ୍ରସାଦ ଯାଦବଙ୍କ ଏହି କଥାକୁ ଅସ୍ୱୀକାର କରିନାହାଁନ୍ତି କି ଏବିଷୟରେ ମୁହଁ ଖୋଲି ନାହାନ୍ତି। ଅପରପକ୍ଷରେ ଜେଡିୟୁ ସାଧାରଣ ସଂପାଦକ କେସି ତ୍ୟାଗୀ ଓ ବିଜେପି ନେତା ସୁଶୀଲ ମୋଦୀ ଏହାକୁ ମିଛ ବୋଲି କହିଛନ୍ତି। ଲାଲୁ ପ୍ରଦାଦ ଯାଦବ ଓ ନଲିନ ବର୍ମା ମିଳିତ ଭାବେ ‘ଗୋପାଲଗଂଜ୍‌ ଟୁ ରାୟସିନା:ମାଇଁ ପଲଟିକାଲ୍‌ ଜର୍ଣ୍ଣି’ ପୁସ୍ତକ ଲେଖିଛନ୍ତି।

ସମ୍ବନ୍ଧିତ ଖବର