ପାଟନା : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଢ଼େ ତିନି ବର୍ଷ ଜେଲ୍ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବେ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ସେ ୬ ସପ୍ତାହ ଅନ୍ତରୀଣ ଜାମିନ୍ରେ ଆସିଥିବା ବେଳେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡ଼ିଛି। ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ଲାଲୁଙ୍କୁ ପାଟନା ସ୍ଥିତ ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ଲାଲୁ ପାଖାପାଖି ୧୬ଟି ରୋଗରେ ପୀଡ଼ିତ। ଲାଲୁ ଗତ ଡିସେମ୍ବର ୨୩, ୨୦୧୭ ମସିହାରୁ ଜେଲ୍ଦଣ୍ଡ ଭୋଗୁଛନ୍ତି। ନିକଟରେ ପୁଅ ବାହାଘର ପାଇଁ ସେ ପାରୋଲ୍ରେ ଆସିଥିଲେ ଏବଂ ପାଟନା ସ୍ଥିତ ତାଙ୍କ ବାସଭବନରେ ରହୁଥିଲେ।