ପାଟନା : ଦୁର୍ନୀତି ଅଭିଯୋଗରେ ଜେଲଦଣ୍ଡ ପାଇଥିବା ବିହାର ରାଷ୍ଟ୍ରୀୟ ଦଳ(ଆରଜେଡି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ଲାଗି ତାଙ୍କୁ ଜେଲରୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ରିମସ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଲାଲୁଙ୍କର ଅନେକ ଚେକଅପ ହୋଇପାରେ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ, ଚାରା ଘୋଟାଲା ମାମଲାରେ ଦୁମକା କୋଷାଗାରରୁ ୩.୧୩ କୋଟି ଟଙ୍କା ଅବୈଧ ରୁପେ ବ୍ୟବହାର କରିଥିବାରୁ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା। ତେବେ ଶୁଣାଣିରେ ବିଳମ୍ବରେ ହେବା ସହ ଦିନ ଗଡି ଚାଲିଛି। ସିବିଆଇ ଜଜ୍ ଶିବପାଲ୍ ସିଂହ ପ୍ରଥମେ ଏହାର ଶୁଣାଣି ତାରିଖ ୧୫ ମାର୍ଚ୍ଚକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ଲାଲୁଙ୍କ ଅସୁସ୍ଥତାକୁ ନଜରରେ ରଖି ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ମାର୍ଚ୍ଚ ୧୯ ତାରିଖରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଲାଲୁ ପ୍ରସାଦ ଯାଦବ ୧୯୯୫ ରୁ ୧୯୯୬ ମସିହାରେ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଘୋଟାଲା ହୋଇଥିଲା। ଏଥିରେ ସେ ୩.୧୩ କୋଟି ଟଙ୍କା ହଡପ କରିଥିଲେ। ଯେଉଁଥିପାଇଁ ତାଙ୍କୁ ସାଢେ ୧୩ ବର୍ଷର ସଜା ଶୁଣାଇ ଦିଆଯାଇଛି।