ଜେଲ୍‌ରୁ ମୁକୁଳିଲେ ଲାଲୁ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀସବାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଶାରୀରିକ ଅସୁସ୍ଥତା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ୬ ସପ୍ତାହର ଅନ୍ତରୀଣ ଜାମିନ ମଞ୍ଜୁର କରିବାପରେ ଆଜି ଜେଲ୍‌ରୁ ଟ୍ରାଏଲ୍‌ କୋର୍ଟ ଲାଲୁଙ୍କୁ ରିଲିଜ୍‌ ଅର୍ଡର ପ୍ରଦାନ କରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଲାଲୁଙ୍କ ଉପରେ କୋର୍ଟ କିଛି କଟକଣା ମଧ୍ୟ ଲାଗୁ କରିଛନ୍ତି।ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବା ତିନୋଟି ଯାକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ରୁ ସାମୟିକ ସମୟ ପାଇଁ ମୁକ୍ତି ମିଳିଛି। ଲାଲୁଙ୍କ ଆଇନଜୀବୀ ପ୍ରଭାତ କୁମାର କହିଛନ୍ତି ଯେ ଜାମିନ ମଞ୍ଜୁର ପାଇଁ ଲାଲୁ ସମସ୍ତ ସର୍ତ୍ତାବଳୀରେ ସ୍ୱାକ୍ଷର କରିଛନ୍ତି ଏବଂ ୩ଟି ଯାକ ମାମଲାରେ ୫୦,୦୦୦ ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ପୈଠ କରିଛନ୍ତି।

ସମ୍ବନ୍ଧିତ ଖବର