ନିର୍ବାଚନ ଫଳାଫଳ ଆସିବାପରେ ଚିନ୍ତାରେ ଲାଲୁ, ଖାଉନାହାନ୍ତି କି ଶୋଉନାହାଁନ୍ତି!

ରାଞ୍ଚି: ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚିନ୍ତା ବଢିଯାଇଛି। ସେ ଠିକ୍‌ ଭାବେ ଖାଉନାହାନ୍ତି କି ଶୋଉନାହାନ୍ତି। ଲାଲୁଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଚିକିତ୍ସକ ପ୍ରଫେସର ଡାକ୍ତର ଉମେଶ ପ୍ରସାଦ ସୂଚନା ଦେଇଛନ୍ତି ଯେ ଗତକାଲି ଲାଲୁପ୍ରସାଦ ଯାଦବ ସକାଳର ଜଳଖିଆ କି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଲେ ନାହିଁ। ଫଳରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯିବାପରେ ବାଧା ଉପୁଜିଛି।

ଡାକ୍ତର ଉମେଶ ପ୍ରସାଦ ଏକଥା ବି ସ୍ୱୀକାର କରିଛନ୍ତି ଯେ ମାନସିକ ଉତ୍ତେଜନା ହେତୁ ତାଙ୍କର ଏଭଳି ସ୍ଥିତି ଉପୁଜିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଲୁଙ୍କୁ ଯେତେ ବୁଝାଇଲେ ବି ସେ ବୁଝୁ ନାହାଁନ୍ତି। ଯଦିଓ ଲାଲୁ ପ୍ରସାଦ ଯାଦବଙ୍କର ରକ୍ତଚାପ ସୁଗାର୍‌ ଠିକ୍‌ ଅଛି,ତଥାପି ଯଦି ସେ ଖାଇବା ପିଇବା ଓ ଶୋଇବା ଛାଡ଼ି ଦେବେ ତେବେ ,ତାଙ୍କର ସ୍ଥିତି ସଂକଟାପନ୍ନ ହୋଇପାରେ।

ଲାଲୁ ପ୍ରସାଦ ଯାଦବ ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ସକାଳ ୮ଟାରୁ ଟେଲିଭିଜନ୍‌ ଦେଖୁଥିଲେ। କିନ୍ତୁ ଯେମିତି ଫଳାଫଳର ସ୍ପଷ୍ଟ ରୂପ ଆସିଗଲା,ସେମିତି ତାଙ୍କ ଚେହେରାରେ ଉଦାସୀନତା ଦେଇଥିଲା। ଦ୍ୱି ପ୍ରହରରେ ସେ ଭାରାକ୍ରାନ୍ତ ହୋଇ ଟିଭି ବନ୍ଦ କରି ଶୋଇବାକୁ ଚାଲିଯାଇଥିଲେ ବୋଲି ଡାକ୍ତର ଉମେଶ ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର