ନୂଆଦିଲ୍ଲୀ : ଗୋଖାଦ୍ୟ ଦୁର୍ନୀତି ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବେ ଅସୁସ୍ଥତା ହେତୁ ରାଞ୍ଚି ସ୍ଥିତ ରିମ୍ସରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଲାଲୁଙ୍କ ପରିବାରରେ କନ୍ଦଳ ବଢ଼ିବାରେ ଲାଗିଛି । ଦୁଇ ପୁଅ ତେଜପ୍ରତାପ ଏବଂ ତେଜସ୍ୱୀଙ୍କ ମଧ୍ୟରେ ଏବେ କ୍ଷମତା ପାଇଁ ଲଢ଼େଇ ତୀବ୍ର ରୂପ ନେଇଛି । ଲାଲୁ ଆଜି ପୁଅ ତେଜସ୍ୱୀଙ୍କୁ ହସ୍ପିଟାଲ୍କୁ ଆଲୋଚନା ପାଇଁ ଡାକିଛନ୍ତି।