ଜମି ଦୁର୍ନୀତି ମାମଲା: ଭଦ୍ରା, ହୁଦାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ଶନିବାର ରବର୍ଟ ଭଦ୍ରା ଏବଂ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କ ବିରୋଧରେ ଏକ ଏତଲା ଦାଏର କରାଯାଇଛି। ଏତଲାରେ ଡିଏଲ୍‌ଏଫ୍‌ କମ୍ପାନି ଏବଂ ଓଙ୍କାରେଶ୍ୱର ପ୍ରପର୍ଟିଜ୍‌ର ନାମ ମଧ୍ୟ ରହିଛି। ପ୍ରଶାସନିକ ଅଧିକାରୀ ଏବଂ ଗୁରୁଗ୍ରାମର ପ୍ରଭାବଶାଳୀ ହାଉସିଂ ଡେଭଲପରଙ୍କ ସହାୟତାରେ ଏହି ଜମି ଦୁର୍ନୀତି ହୋଇଥିବା ଏତଲାରେ ଦର୍ଶାଯାଇଛି। ଏଥିରେ ଆହୁରି ଦର୍ଶାଯାଇଛି ଯେ ୨୦୦୭ରେ ସ୍କାଏଲାଇଟ୍‌ ହସ୍ପିଟାଲିଟି ନାମରେ ଏକ କମ୍ପାନି ସ୍ଥାପିତ ହୋଇଥିଲା, ଯାହାର ନିଟ୍‌ ସଂପତ୍ତି ୧ ଲକ୍ଷ ଟଙ୍କା ଥିଲା। ବର୍ଷେ ପରେ ଏହି କମ୍ପାନି ଗୁରୁଗ୍ରାମର ସେକ୍ଟର ୮୩ସ୍ଥିତ ଶିକୋପୁରରେ ୩.୫ ଏକର ଜମିକୁ ୭.୫୦ କୋଟି ଟଙ୍କାରେ କିଣିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୭ ଏପ୍ରିଲ୍‌ରେ ଜଷ୍ଟିସ୍‌ ଏସ୍‌ ଏନ୍‌ ଧିଙ୍ଗ୍‌ରା କମିସନ୍‌ ନିଜର ଏକ ରିପୋର୍ଟରେ ଦର୍ଶାଇଥିଲା ଯେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ୨୦୦୮ରେ ହରିୟାଣାରେ ଏକ ଜମି କାରବାରରେ ଟଙ୍କାଟିଏ ଖର୍ଚ୍ଚ ନକରି ବେଆଇନ ଭାବେ ୫୦.୫ କୋଟି ଟଙ୍କାର ଲାଭ ପାଇଥିଲେ।

ସମ୍ବନ୍ଧିତ ଖବର