ଏହା ଥିଲା ପାରିକର୍‌ଙ୍କ ଶେଷ ଟୁଇଟ୍‌, ଗତ ୧୨ ତାରିଖରେ କରିଥିଲେ ପୋଷ୍ଟ୍‍

ପାଣାଜି: ଦୀର୍ଘ ଦିନ ଧରି କର୍କଟ ସହ ଲଢ଼େଇ କରି ଶେଷରେ ରବିବାର ସଂଧ୍ୟାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର୍‌। ବଞ୍ଚିଥିବା ସମୟରେ କେବେ ବି ତାଙ୍କ ଅସୁସ୍ଥତାକୁ ନିଜ କାମ ଆଗରେ ଆସିବାକୁ ଦେଇନାହାନ୍ତି ପାରିକର୍‌। ଗୋଆ ପ୍ରତି ତାଙ୍କର ସ୍ନେହ ହିଁ ତାଙ୍କୁ ଜଣେ ସ୍ମରଣୀୟ ମୁଖ୍ୟମନ୍ତ୍ରୀ ଭାବେ ସଦା ବଞ୍ଚାଇ ରଖିବ।

ପାରିକର୍‌ ଆଉ ନାହାନ୍ତି, ହେଲେ ତାଙ୍କର ଅନେକ କିଛି ଏବେ ବି ଅଛି। ସେଥିମଧ୍ୟରୁ ପାରିକର୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଅନ୍ୟତମ। ପାରିକର୍‌ ତାଙ୍କ ଆକାଉଣ୍ଟ୍‌ରେ ଶେଷ ଥର ପାଇଁ ମାର୍ଚ ୧୨ ତାରିଖରେ ଟୁଇଟ୍‌ କରିଥିଲେ।

ଟୁଇଟର୍‌ଙ୍କ ଶେଷ ଟୁଇଟ୍‌ରେ ଲେଖାଯାଇଥିଲା, ‘ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ଦୟାନନ୍ଦ(ଭାଉସାହେବ) ବନ୍ଦୋଦକରଙ୍କୁ ତାଙ୍କ ଜୟନ୍ତୀ ପାଇ ଗଭୀର ଶ୍ରଦ୍ଧାଞ୍ଜଳୀ। ଆମ ଗୋଆର ପ୍ରଗତି ପାଇଁ ତାଙ୍କର ବହୁମୂଲ୍ୟ ଯୋଗଦାନକୁ ଆଜି ବି ମନେ ପକାଉଛୁ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଜାନୁଆରି ମାସରେ ପାରିକର୍‌ ଏତେ ଅସୁସ୍ଥ ହୋଇପଡ଼ିଥିଲେ ଯେ, ସେ ଉଠିବା ପରିସ୍ଥିତିରେ ନଥିଲେ। ମାତ୍ର ସେ ସମୟରେ ବି ପାରିକର୍‌ ଗୋଆ ବିଧାନସଭା ଅଧିବେସନରେ ରାଜ୍ୟ ବଜେଟ୍‌ ପାଇଁ ଉପସ୍ଥିତ ହୋଇଥିଲେ।

ସମ୍ବନ୍ଧିତ ଖବର