ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଲାଠିଚାର୍ଜ

ଭଦ୍ରକ : ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ଖବର ହସ୍ତଗତ ହୋଇଛି । ଜଣେ ଲୁଗାଦୋକାନୀଙ୍କ ପ୍ରତି ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରକୁ ବିରୋଧ କରି ଦୋକାନା ଓ ସାଧାରଣ ଲୋକ କରୁଥିବା ବିରୋଧକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଥିବା ଜଣାଯାଇଛି । ଆଇଆଇସି ଏକ ଲୁଗାଦୋକାନର ବାହାରେ ଝୁଲିଥିବା ପୋଷାକଗୁଡ଼ିକୁ ଫିଙ୍ଗିଦେବାରୁ ତାହାକୁ ଦୋକାନୀ ବିରୋଧ କରିଥିଲେ । ଏହାକୁ ନେଇ ଦୋକାନୀମାନେ ଓ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ଘଟଣାସ୍ଥଳରେ ଆଇଜି ଓ ଏସପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

ସମ୍ବନ୍ଧିତ ଖବର