ଧାରା ୩୭୭ ପ୍ରସଙ୍ଗ: ଜମ୍ମୁ କଶ୍ମୀରରେ ସୁପ୍ରିମ୍‌ କୋର୍ଟ ରାୟ ପ୍ରଭାବହୀନ

ନୂଆଦିଲ୍ଲୀ: ଧାରା ୩୭୭ ବାବଦରେ ଗୁରୁବାର ସୁପ୍ରିମ୍‌କୋର୍ଟ ନିଜର ଏକ ଐତିହାସିକ ରାୟରେ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି କହିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଓ ଟ୍ରାନ୍ସଜେଣ୍ଡର) ସଂପ୍ରଦାୟ ଲୋକମାନେ ଖୁସି ମନାଇଥିଲେ। କିନ୍ତୁ ଜମ୍ମୁ କଶ୍ମୀରରେ ବାସ କରୁଥିବା ଏଲ୍‌ଜିବିଟି ସଂପ୍ରଦାୟ ତରଫରୁ ସେଭଳି କୌଣସି ଉତ୍ସବ ପାଳନ କରାଯାଇ ନାହିଁ। କାରଣ ସୁପ୍ରିମ୍‌କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠଙ୍କ ରାୟ ଜମ୍ମୁ କଶ୍ମୀରରେ ଲାଗୁ ହୋଇନାହିଁ। ପୃଥକ୍‌ ସମ୍ବିଧାନ ଯୋଗୁ ଏହି ରାୟ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀର ଏହାର ନିଜସ୍ୱ ସମ୍ବିଧାନ ଓ ଫୌଜଦାରି ଆଇନ ‘ରଣବୀର ପେନାଲ୍‌ କୋଡ୍‌ (ଆର୍‌ପିସି)’ ଦ୍ୱାରା ପରିଚାଳିତ ହେଉଛି। ତେଣୁ ଭାରତୀୟ ଆଇପିସିର ଧାରା ୩୭୭ରେ କୌଣସି ପ୍ରକାର ସଂଶୋଧନ ଜମ୍ମୁ କଶ୍ମୀରରେ ଆପଣାଛାଏଁ ଲାଗୁ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର