ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ ହେବ ବିସିସିଆଇ, ଲ’ କମିଶନର ସୁପାରିଶ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଧନୀ କ୍ରୀଡ଼ ସଂଗଠନ ମଧ୍ୟରେ ଅନ୍ୟତମ ବିସିସିଆଇର ସମସ୍ୟା ବଢିବାକୁ ଯାଉଛି । କାରଣ ବିସିସିଆଇକୁ ସୂଚନା ଅଧିକାର ଆଇନର ଅନ୍ତର୍ଭୁକ୍ତ କରିବାକୁ ଲ’ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି । ଏହାଛଡ଼ା ବିସିସିଆଇରେ ବଡ଼ଧରଣର ସାଂଗଠନିକ ପରିବର୍ତ୍ତନ କରିବାକୁ ମଧ୍ୟ ଏହି ସୁପାରିଶରେ କୁହାଯାଇଛି । ବିସିସିଆଇକୁ ଏକ ସର୍ବସାଧାରଣ ପ୍ରତିଷ୍ଠାନର ମାନ୍ୟତା ଦିଆଯାଉ । ଏହାକୁ ଜାତୀୟ କ୍ରୀଡ଼ା ଫେଡେରେସନର ମାନ୍ୟତା ଦିଆଯାଉ । ବିସିସିଆଇ ବିରୋଧରେ କୌଣସି ଅବିଯୋଗ ଥିଲେ ଲୋକମାନେ ତାହାକୁ କୋର୍ଟରେ ଅପିଲ କରିପାରିବେ । ଏପରିକି ମାନବ ଅଧିକାର ଉଲ୍ଲଙ୍ଘନ ସମ୍ପର୍କିତ ସମସ୍ୟା ଥିଲେ ମଧ୍ୟ ସେ ପ୍ରସଙ୍ଗରେ କୋର୍ଟରେ ଅଭିଯୋଗ କରାଯାଇପାରିବ । କେନ୍ଦ୍ର ସରକାର ଲ କମିଶନର ଏସବୁ ସୁପାରିଶ ମାନିନେଲେ ବିସିସିଆଇରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ବିସିସିଆଇକୁ ଯଦି ସରକାର ଏକ ସର୍ବସାଧାରଣ ପ୍ରତିଷ୍ଠାନର ମାନ୍ୟତା ଦିଅନ୍ତି, ତେବେ ଲୋକମାନେ ବିବିସିସିଆଇର କୌଣସି ନିଷ୍ପତ୍ତି (ଯେପରିକି ଚୟନ ପ୍ରକ୍ରିୟା ଇତ୍ୟାଦି)ରେ ଅସନ୍ତୁଷ୍ଟ ହେଲେ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିପାରିବେ । ବିଏସ ଚୌହାନଙ୍କ ଅଧ୍ୟକ୍ଷତାରେ ଥିବା ଲ କମିଶନ ଗତ କାଲି କେନ୍ଦ୍ର ସରକାରଙ୍କୁ ନିଜର ୧୨୪ ପୃଷ୍ଠା ସମ୍ବଳିତ ସୁପାରିଶ ପତ୍ର ପଠାଇଛି ।

ସମ୍ବନ୍ଧିତ ଖବର