ଆଜି ତାମିଲନାଡୁର ସୁଲୁର ଏୟାର୍‌ବେସ୍‌ରେ ବାୟୁସେନାର ୧୮ ସ୍କ୍ବାଡ୍ରନ୍‌ରେ ‌ସାମିଲ ହେବ ‘ଏଲ୍‌ସିଏ’

ଚେନ୍ନାଇ: ପରମ ବୀର ଚକ୍ର ପ୍ରାପ୍ତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ବାଡ୍ରନ୍‌ ‘ଫ୍ଲାଇଙ୍ଗ୍‌ ବୁଲେଟ୍‌ସ୍’ରେ ଆଜି ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ୍ ସାମିଲ ହେବ। ତାମିଲନାଡୁର କୋଏମ୍ବାଟୁର୍‌ସ୍ଥିତ ସୁଲୁରୁ ଏୟାର୍‌ବେସ୍‌ରେ ଏହାର ଫାଇନାଲ୍ ଅପରେସନ୍ କ୍ଲିଅରାନ୍ସ୍ ଅନୁଷ୍ଠିତ ହେବ।

ବାୟୁସେନା ମୁଖ୍ୟ ମାର୍ସାଲ୍ ରାକେଶ କୁମାର ସିଂହ ଭଦୌରିଆ ତେଜସ୍ ଲଢୁଆ ବିମାନକୁ ‘ଫ୍ଲାଇଙ୍ଗ୍‌ ବୁଲେଟ୍’ରେ ସାମିଲ କରିବେ। ୪୫ ସ୍ବାଡ୍ରନ୍ ଫ୍ଲାଇଙ୍ଗ୍ ଡାଗର୍ସ ପରେ ଏହା ହେବ ସ୍ବଦେଶ ନିର୍ମିତ ଦ୍ବିତୀୟ ଲଢୁଆ ବିମାନ।

କିନ୍ତୁ, ଫ୍ଲାଇଙ୍ଗ୍ ଡାଗର୍ସ ଲଢୁଆ ବିମାନ ଠାରୁ ଫ୍ଲାଇଙ୍ଗ୍ ବୁଲେଟ୍ ଆଉ ଟିକିଏ ଉନ୍ନତ। ୨୦୨୦ ମାର୍ଚ ୧୭ ତାରିଖ ଦିନ ତେଜସ୍ ଏଫ୍‌ଓସି ବେଙ୍ଗାଲୁରୁରେ ସଫଳ ପରୀକ୍ଷାମୂଳକ ଉଡ଼ାଣ ସମ୍ପନ୍ନ କରିଥିଲା।

ଶୂନ୍ୟରେ ଥାଇ ଇନ୍ଧନ ଭରିବା, ‌ମିସାଇଲ୍ ସିଷ୍ଟ୍‌ମ୍‌ରେ ଦୃଶ୍ୟମାନ ନ ହେବା ଭଳି କେତେଗୁଡ଼ିଏ ଉନ୍ନତ ବୈଷୟିକ ବ୍ୟବସ୍ଥାରେ ଏହି ତେଜସ୍ ଏଫ୍‌ଓସିରେ ଅନ୍ତଭୁର୍କ୍ତ କରାଯାଇଛି।

ସମ୍ବନ୍ଧିତ ଖବର