ନୂଆଦିଲ୍ଲୀ: ରାଫେଲ୍ ରାଜିନାମା ସଂକ୍ରାନ୍ତରେ ଶୀର୍ଷ ଅଦାଲତ ଦେଇଥିବା ରାୟର ପୁନର୍ବିଚାର ନିମନ୍ତେ ହୋଇଥିବା ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର କରିଥିବା ଆପତ୍ତିକୁ ସୁପ୍ରିମ୍ କୋର୍ଟଙ୍କ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ବୁଧବାର ଦିନ ଖାରଜ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଲିକ୍ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ଦଲିଲ୍ ମଧ୍ୟ ସମୀକ୍ଷା ନିମନ୍ତେ ଗ୍ରହଣୀୟ।
ସରକାର ଯୁକ୍ତି ବାଢ଼ିଥିଲେ କି, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ୍ ଅଧୀନରେ ଥିବା ଦଲିଲ ଆଧାରରେ ପୁନର୍ବିଚାର ଆବେଦନ କରାଯାଇଥିବାରୁ ତାହାକୁ ଗ୍ରହଣ କରାଯିବା ଉଚିତ ନୁହେଁ।
ପୂର୍ବ ରାୟରେ ସୁପ୍ରିମ୍ କୋର୍ଟ ରାଫେଲ୍ ରାଜିନାମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା। ଉକ୍ତ ରାୟକୁ ସମୀକ୍ଷା କରିବାକୁ ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେନ ବିରୋଧରେ କେନ୍ଦ୍ର ସରକାର ପ୍ରାଥମିକ ଆପତ୍ତି ଉଠାଇଥିଲେ। ସର୍ବସମ୍ମତ ରାୟ ଶୁଣାଇ ଅଦାଲତ ଆଜି କେନ୍ଦ୍ରର ନିବେଦନକୁ ଖାରଜ କରିଛନ୍ତି।
ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଅଦାଲତ ପୁଙ୍ଖାନୁପୁଙ୍ଖ ରାଫେଲ୍ ସମୀକ୍ଷା ଆବେଦନଗୁଡ଼ିକର ଶୁଣାଣି କରିବ।