ମୁମ୍ବାଇ: ଦୀର୍ଘ ପାଞ୍ଚ ଘଣ୍ଟାର ଅପରେସନ ପରେ ଧରାପଡ଼ିଲା କଲରାପତରିଆ ବାଘ

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଜନସମାଗମ ଅଞ୍ଚଳରେ ସୋମବାର ଏକ କଲରପତରିଆ ବାଘ ଦେଖିବାକୁ ମିଳିବା ପରେ ଜଙ୍ଗଲ ବିଭାଗର ଏକ ଦଳ ମିଶି ଉକ୍ତ କଲରପତରିଆ ବାଘଟିକୁ ଖୋଜିବା ପାଇଁ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ଶେଷରେ ବଘଟିକୁ ଉଦ୍ଧାର କରାଯାଇଛି। ବାଘଟିକୁ ଉଦ୍ଧାର କରିବା ପରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଦାୟିତ୍ୱରେ ରଖାଯାଇଛି। ୨ ବର୍ଷର ଏହି ବାଘ ଛୁଆଟି ଏକ ଗାଡ଼ି ତଳେ ଶୋଇଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକ ବାଘଟିକୁ ଦେଖିବା ପରେ ପୁଲିସ୍‌ ଓ ଜଙ୍ଗଲ ବିଭାଗକୁ ଖବର ଦେଇ ବାଘଟିକୁ ଧରିବାକୁ କହିଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସଞ୍ଜୟ ଗାନ୍ଧୀ ନେସ୍‌ନାଲ୍‌ ପାର୍କର କର୍ମଚାରୀ ଓ ଏବଂ ପୁଲିସ୍‌ ମିଶି କରିଥିବା ମିଳିତ ଅପରେସନରେ ବାଘଟିକୁ ଉଦ୍ଧାର କରାଯିବା ପରେ ଉପ ବନ ସଂରକ୍ଷକ ଜିତେନ୍ଦ୍ର ରାମଗାଓଁକର ଟ୍ଵିଟ୍‌ କରି ବାଘଟିକୁ ଧରିଥିବା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଜନସମାଗମ ଅଞ୍ଚଳରେ ସୋମବାର ଏକ କଲରପତରିଆ ବାଘ ଦେଖିବା ପରେ ଅନ୍ଧେରୀ ଅଞ୍ଚଳର ଜଣେ ବାସିନ୍ଦା ବାଘଟିର ଭିଡିଓ ଟ୍ଵିଟ୍‌ କରିଥିଲେ।  ସେ ଟ୍ଵିଟ୍‌ କରି ଲେଖିଥିଲେ, ‘ଅନ୍ଧେରୀର ପୂର୍ବ ଇଲାକାର ମାରୋଲ ବିଜୟନଗରରେ ଉଡ୍‌ଲାଣ୍ଡ୍‌ କ୍ରସ ଅଞ୍ଚଳରେ ଏକ କଲରପତରିଆ ଜଣେ ଲୋକଙ୍କ ଘରେ ପଶିଗଲା।’ ଟ୍ଵିଟ୍‌ରେ ବାଘର ଭିଡିଓ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳି ଯାଇଥିଲା।  ତାପରେ ବାଘଟିକୁ ଧରିବା ପାଇଁ ପୁଲିସ୍‌ ଓ ବନ ବିଭାଗ ପକ୍ଷରୁ ଅପରେସନ୍‌ ଆରମ୍ଭ ହୋଇ ଯାଇଥିଲା।

 

ସମ୍ବନ୍ଧିତ ଖବର