ବେଲଗବି: କର୍ଣ୍ଣାଟକର ଖାନପୁର ତାଲୁକ ଅଞ୍ଚଳରେ ଥିବା ପରବାଡ ଗ୍ରାମରେ ଚିତାବାଘ ଆକ୍ରମଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘର ଭିତରେ ୫ବର୍ଷିଅ ଶିଶୁ ଖେଳୁଥିବା ବେଳେ ଚିତାବାଘଟି ଘର ଭିତରକୁ ପ୍ରବେଶ କରିଥିଲା। ଶିଶୁଟି ବାଘକୁ ଦେଖି ଚିତ୍କାର କରିବା ମଧ୍ୟରେ ଚିତାବାଘଟି ଶିଶୁକୁ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର।
Hindustan Timesସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟାରେ ଶ୍ୟାମ କଲୁ ସିନ୍ଦେ ନିଜ ଘରେ ଖେଳୁଥିଲା। ଏହି ସମୟରେ ତା’ ଆଖ ପାଖରେ କେହି ନ ଥିବା ବେଳେ ଚିତାବାଘଟି ଘରକୁ ପଶି ଆକ୍ରମଣ କରିଥିଲା। ଶ୍ୟାମର ପାଟି ଶୁଣି ତା’ ମା’ ଦୌଡ଼ି ଆସି ବାଘକୁ ଦେଖିବା ପରେ ପଡ଼ୋଶୀଙ୍କୁ ସାହାଯ୍ୟ ପାଇଁ ପାଟି କରି ଡ଼ାକିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିବା ମଧ୍ୟରେ ଚିତାବାଘଟି ସେଠାରୁ ଚମ୍ପଟ ମାରିଥିଲା। ଆକ୍ରମଣରେ ଶ୍ୟାମର ଛାତି ଓ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ତାକୁ ଏବେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିିକିତ୍ସା ପରେ ଅବସ୍ଥା ଗୁରୁତର ବୋଲି ଡାକ୍ତର କହିବା ସହ ସୂଚନା ପାଇ ବାଘକୁ ଖୋଜିବା ଅଭିଯାନ ଆରମ୍ଭ କରିଛି ବନ ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Leopard-Almost-Killed-a-Newborn-Baby_Thumbnail.jpg)